
ଲଣ୍ଡନ, ୪ା୪: ଇଞ୍ଜୁରି ଯୋଗୁ ଭାରତ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳି ପାରିବେନି ଇଂଲଣ୍ଡ ପେସ୍ ବୋଲର ଓଲି ଷ୍ଟୋନ୍। ମାର୍ଚ୍ଚରେ ନଟିଙ୍ଗହାମଶାୟାର କାଉଣ୍ଟି ଦଳ ପ୍ରି-ସିଜନ ଆବୁଧାବି ଟୁର୍ ସମୟରେ ତାଙ୍କ ଡାହାଣ ଆଣ୍ଠୁରେ ଆଘାତ ଲାଗିଛି।
ଭାରତ-ଇଂଲଣ୍ଡ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଜୁନ୍ ୨୦ରେ ହେଡିଂଲେରେ ଆରମ୍ଭ ହେବ। ଭାରତର ଏହି ଟୁର୍ ଅଗଷ୍ଟ ୪ରେ ହେବ। ଷ୍ଟୋନ୍ ହେଉଛନ୍ତି ଇଂଲଣ୍ଡର ଜଣେ ପ୍ରମୁଖ ପେସ୍ ବୋଲର। ସେ ଗତଥର ୨୦୨୪ ଅଗଷ୍ଟ-ସେପ୍ଟମ୍ବରରେ ଶ୍ରୀଲଙ୍କା ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିଥିଲେ। ଏପର୍ଯ୍ୟନ୍ତ ୧୭ଟି ଟେଷ୍ଟ ଉଇକେଟ ଅକ୍ତିଆର କରିସଥିବା ଷ୍ଟୋନ୍ ଅଗଷ୍ଟରେ ଦଳକୁ ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟ ରଖିଛନ୍ତି। ତାଙ୍କର ସ୍କାନ କରାଯିବା ପରେ ଅସ୍ତ୍ରୋପଚାର ଆବଶ୍ୟକତା ରହିଥିବା ସ୍ପଷ୍ଟ ହୋଇଛି। ୩୧ ବର୍ଷୀୟ ଏହି ବୋଲରଙ୍କୁ ୧୪ ସପ୍ତାହ ଅନୁପସ୍ଥିତି ରହିବାକୁ ପଡ଼ିବ। ତାଙ୍କର ରିହାବିଲିଟେଶନ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଉଭୟ ଇଂଲଣ୍ଡ କ୍ରିକେଟ ବୋର୍ଡ (ଇସିବି) ଓ ନଟିଙ୍ଗହାମଶାୟାରର ମେଡିକାଲ ଟିମ୍ ତାଙ୍କ ଉପରେ ନଜର ରଖିଛନ୍ତି। ନିକଟରେ ଆଘାତପ୍ରାପ୍ତ ହେବାରେ ଷ୍ଟୋନ୍ ଇଂଲଣ୍ଡର ଦ୍ୱିତୀୟ ପେସ୍ ବୋଲର ପୂର୍ବରୁ ଚଳିତବର୍ଷ ପ୍ରାରମ୍ଭରେ ମାର୍କ ଉଡ୍ ଆଘାତପ୍ରାପ୍ତ ହୋଇଛନ୍ତି।