ଓଲିଉଡ୍‌ ଅଭିନେତା ପିଣ୍ଟୁ ନନ୍ଦ ଅସୁସ୍ଥ

ଭୁବନେଶ୍ୱର,୧।୨(ବ୍ୟୁରୋ): ଅଭିନେତା ପିଣ୍ଟୁ ନନ୍ଦ ଅସୁସ୍ଥ। ଓଡ଼ିଆ ଚଳଚ୍ଚିତ୍ରରେ କମେଡି ଏବଂ ଖଳନାୟକ ଭୂମିକାରେ ଅଭିନୟ କରୁଥିବା ପିଣ୍ଟୁ ଲିଭର ସିରୋସିସ ରୋଗରେ ପୀଡ଼ିତ ହୋଇ ଗୁରୁତର ଅଛନ୍ତି। ତେବେ ଉଚ୍ଚମାନର ଚିକିତ୍ସା ଲାଗି ତାଙ୍କୁ ଦିଲ୍ଲୀ ନେବାକୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି। ଦିଲ୍ଲୀରେ ତାଙ୍କର ଲିଭର ପ୍ରତିରୋପଣ ହେବ। ହେଲେ ଚିକିତ୍ସା ଲାଗି ତାଙ୍କୁ ପ୍ରାୟ ୫୦ ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି। ଏଣୁ ତାଙ୍କୁ ସହାୟତାର ହାତ ବଢ଼ାଇବାକୁ ସୋସିଆଲ ମିଡିଆରେ ପରିବାର ଏବଂ ଶୁଭେଚ୍ଛୁ ନିବେଦନ କରିଛନ୍ତି।

୧୯୭୭ ଜୁଲାଇ ୭ରେ ଜଗତସିଂହପୁରରେ ପିଣ୍ଟୁଙ୍କ ଜନ୍ମ। ସେ ୧୯୯୬ରେ କୋଇଲି କଥାଚିତ୍ର ଜରିଆରେ ଅଭିନୟରେ ପାଦ ରଖିଥିଲେ। ପିଣ୍ଟୁ ‘ଜୟ ଜଗନ୍ନାଥ, ବାହୁଡିବେ ମୋ ଜଗା ବଳିଆ, ଆଇ ଲଭ ମାଇଁ ଇଣ୍ଡିଆ, ସାଥୀରେ, ପ୍ରେମ ପାଇଁ ମହାଭାରତ, ରାଣ୍ଡି ପୁଅ ଅନନ୍ତା, କଥାଦେଲି ମଥା ଛୁଇଁ, ଦୋସ୍ତି, ପ୍ରେମ ଋତୁ ଆସିଲାରେ, ହାତ ଧରି ଚାଲୁଥା, ରଙ୍ଗ ନମ୍ବର, ଲଭ୍‌ ଏକ୍ସପ୍ରେସ୍‌ ଆଦି ଫିଲ୍ମରେ ଚମତ୍କାର ଅଭିନୟ କରିଛନ୍ତି। ଏହାଛଡ଼ା ସେ ଅନେକ ଆଲବମ୍‌ ଏବଂ ଉପସ୍ଥାପକ ଭାବେ କାର୍ଯ୍ୟ କରିଛନ୍ତି।

Share