ଥାନାର ଦ୍ୱାରସ୍ଥ ହେଲେ ବର୍ଷା ପ୍ରିୟଦର୍ଶିନୀ, ତାଙ୍କ ଶାଶୁ

କଟକ ଅଫିସ, ୬।୧୧: ଥାନାର ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନି ଓ ତାଙ୍କ ଶାଶୁ ମଧୁସ୍ମିତା ମହାନ୍ତି। ଉଭୟ ପରସ୍ପର ବିରୋଧରେ ଅଭିଯୋଗ ଆଣିଛନ୍ତି। ଉଭୟଙ୍କ ପକ୍ଷରୁ କଟକ ପୁରୀଘାଟ ଥାନାରେ ଲିଖିତ ଅଭିଯୋଗ କରାଯାଇଛି।
ବର୍ଷା ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ଘରୁ ତଡିଦେବାକୁ ଚକ୍ରାନ୍ତ କରାଯାଉଛି। ରହିବା ପାଇଁ ଅନ୍ୟ କୌଣସି ବିକଳ୍ପ ନ ଥିବା ବେଳେ ତାଙ୍କୁ ଘର ଖାଲି କରିବାକୁ କୁଯାଉଥିବା ବର୍ଷା ତାଙ୍କ ଏତଲାରେ ଛଲ୍ଲେଖ କରିଛନ୍ତି। ତେଣୁ ପୋଲିସ ଘରକୁ ଆସି ତଦନ୍ତ କରିବାକୁ ସେ ଦାବି କରିଛନ୍ତି।
ବର୍ଷାଙ୍କ ବିରୋଧରେ ଶାଶୁ ମଧୁସ୍ମିତା ମହାନ୍ତି ପାଲଟା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ୬୦ ବର୍ଷ ତଳର ଘରର ମରାମତିର ଆବଶ୍ୟକତା ରହିଛି। ତେଣୁ ୧୦ ଦିନ ପାଇଁ ପରିବାରର ସମସ୍ତ ସଦସ୍ୟ ଅନୁପସ୍ଥିତ ରହିବେ। କିନ୍ତୁ ବର୍ଷା ଘର ଖାଲି କରିବାକୁ ରାଜି ନ ଥିବା ସେ ଏତଲାରେ ଉଲ୍ଲେଖ କରିଛନ୍ତି।

Share