ମଙ୍ଗୁଳି ଛକରେ ଟ୍ରକ୍‌କୁ ପିଟିଲା କାର୍‌, ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର

ଚୌଦ୍ୱାର,୨୧।୧(ମାନସ କୁମାର ସାମଲ): ଓଡିଆ ସିନେଜଗତର ଲୋକପ୍ରିୟ ସିନେ ନିର୍ଦ୍ଦେଶକ ସୁଧାକର ବସନ୍ତ ଦୁର୍ଘଟଣାର ଶିକାର ହୋଇଛନ୍ତି। କଟକ ମଙ୍ଗୁଳିସ୍ଥିତ ବଜରଙ୍ଗୀ ଓ୍ବେ ବ୍ରିଜ୍‌ ନିକଟରେ ତାଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଏସସିବି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନାଥାଉ କି, ବାରିପଦାରୁ ସୁଟିଂ ସାରି ଭୁବନେଶ୍ୱର ଫେରୁଥିବାବେଳେ ମଙ୍ଗୁଳି ଛକରେ ବେଆଇନ ପାର୍କିଂ କରିଥିବା ଏକ ଟ୍ରକ ପଛରେ ତାଙ୍କ ଗାଡ଼ି ଧକ୍କା ହୋଇଥିଲା । ଦୁର୍ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ଚୌଦାର ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀର କର୍ମଚାରୀ ଘଟଣା ସ୍ଥଳରେ ପହଁଚି ସୁଧାକରଙ୍କୁ ଉଦ୍ଧାର କରି କଟକ ବଡ ଡାକ୍ତରଖାନାକୁ ପଠାଇଥିଲେ । ଗାଡ଼ିରେ ଡ୍ରାଇଭର ଓ ସୁଧାକର ଦୁଇଜଣ ଥିଲେ । ଡ୍ରାଇଭରଙ୍କ ଅବସ୍ଥା ଭଲ ଥିବା ବେଳେ ସୁଧାକରଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି।

Share