ପ୍ରଯୋଜକ ଟୁଟୁ ନାୟକ ଗିରଫ: ମହିଳା ସାମ୍ବାଦିକାଙ୍କୁ ମାଡ଼ ମାରିବା ଥାନାରେ ହୋଇଥିଲା ଅଭିଯୋଗ

ଭୁବନେଶ୍ୱର,୪/୧୧: ମହିଳା ସାମ୍ବାଦିକାଙ୍କୁ ମାଡ଼ ମାରିବା ମାମଲାରେ ଗିରଫ ହୋଇଛନ୍ତି ପ୍ରଯୋଜକ ଟୁଟୁ ନାୟକ। ଶନିବାର ଖାରବେଳ ନଗର ଥାନାରେ ପଚରାଉଚରା ପରେ ପୋଲିସ ତାଙ୍କୁ ଗିରଫ କରିଛି। ଏନେଇ ଜୋନ୍ -୪ ଏସିପି ମାନସ ଗଡ଼ନାୟକ ସୂଚନା ଦେଇଛନ୍ତି। ଭିଡିଓ ଫୁଟେଜ ଓ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି  ଟୁଟୁ ଗିରଫ ହୋଇଛନ୍ତି।

ତେବେ ଟୁଟୁ ନାୟକ ମହିଳା ସାମ୍ବାଦିକଙ୍କୁ କ୍ଷମା ମାଗିବେ ବୋଲି କହିଛନ୍ତି ନିର୍ଦ୍ଦେଶକ ସୁଧାକର ବସନ୍ତ। ଏଥିପାଇଁ ସେ ରାଜିଥିବା ବେଳେ ତାଙ୍କୁ ଟିକିଏ ସମୟ ଦେବାକୁ ସୁଧାକର ଅନୁରୋଧ କରିଛନ୍ତି।

ଅନ୍ୟପଟେ ମାମଲାରେ ଅଭିଯୋଗ କରିଥିବା ସାମ୍ବାଦିକାଙ୍କ ବୟାନ ରେକର୍ଡ କରିଛି ପୋଲିସ। ଧାରା ୧୬୧ରେ ବୟାନ ରେକର୍ଡ ହୋଇଥିବା ଥାନାଧିକାରୀ ସୂଚନା ଦେଇଛନ୍ତି।

Share