Categories: ଖେଳ

ମୁଖ୍ୟମନ୍ତ୍ରୀଙ୍କ ସହ ଜନ୍ମଦିନ ପାଳିଲେ ଚାନୁ

ନୂଆଦିଲ୍ଲୀ,୮।୮: ଅଲିମ୍ପିଆନ ମୀରାବାଇ ଚାନୁ ରବିବାର ୨୭ତମ ଜନ୍ମଦିନ ପାଳିଛନ୍ତି। ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ଓ୍ବେଟଲିଫ୍ଟର ଏହି ସ୍ବତନ୍ତ୍ର ଦିନକୁ ପାଳିଛନ୍ତି ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌ ବିରେନ ସିଂଙ୍କ ବାସଭବନରେ। ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଚାନୁ କେକ୍‌ କାଟିଥିଲେ। ମୁଖ୍ୟମନ୍ତ୍ରୀ ନିଜ ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ଏହାର ଭିଡିଓ ଶେୟାର କରି ଚାନୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ୍‌ ଦେବାକୁ ଯାଉ ଚାନୁ ଲେଖିଛନ୍ତି, ମୋ ଜନ୍ମଦିନକୁ ସ୍ପେଶାଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ବିରେନ ସିଂଙ୍କୁ ଧନ୍ୟବାଦ୍‌। ଏହାପରେ ତାଙ୍କ ନିକଟକୁ ଛୁଟିଛି ଶୁଭେଚ୍ଛା ଶୁଅ।

Share