Categories: ଖେଳ

ଆଇସିୟୁରେ ଅଲିମ୍ପିକ୍ସ ଚାମ୍ପିୟନ

ନ୍ୟୁୟର୍କ,୧୨ା୧୦(ପି.ଟି.): ଜିମ୍ନାଷ୍ଟିକ୍ସରେ ଅଲିମ୍ପିକ୍ସ ଚାମ୍ପିୟନ ଆମେରିକାର ମେରୀ ଲୋଉ ରେଟନ୍‌ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ନିମୋନିଆରେ ଆକ୍ରାନ୍ତ ଥିବା ମେରୀଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ତାଙ୍କ ଝିଅ ମେକେନ୍ନା କେଲୀ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ପ୍ରଥମ ଆମେରିକୀୟ ମହିଳା ଭାବରେ ମେରୀ ଜିମ୍ନାଷ୍ଟିକ୍ସରେ ଆମେରିକା ପାଇଁ ପଦକ ଜିତିଥିଲେ। ୫୫ ବର୍ଷୀୟା ଏହି ପୂର୍ବତନ ଜିମ୍ନାଷ୍ଟଙ୍କୁ ନିଃଶ୍ୱାସ ନେବାରେ ଅସୁବିଧା ହେଉଥିବାରୁ ଭେଣ୍ଟିଲେଟରରେ ରଖାଯାଇଥିବା ଜଣାପଡିଛି। ୧୬ ବର୍ଷ ବୟସରେ ୧୯୮୪ ଲସ୍‌ଏଞ୍ଜେଲସ ଅଲିମ୍ପିକ୍ସରେ ସେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଏହା ବ୍ୟତୀତ ସେ ଦୁଇଟି ଲେଖାଏ ରୌପ୍ୟ ଓ ବ୍ରୋଞ୍ଜ ପଦକ ମଧ୍ୟ ହାସଲ କରିଛନ୍ତି। ଆମେରିକାରେ ଜିମ୍ନାଷ୍ଟିକ୍ସକୁ ଲୋକପ୍ରିୟ କରିବାରେ ରେଟନ୍‌ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ମେରୀଙ୍କ ଜୀବନ ବୀମା ନ ଥିବାରୁ ତାଙ୍କ ଚିକିତ୍ସା ପାଇଁ ଝିଅ କେଲୀ ଫଣ୍ଡ ରେଜ ଉଦ୍ୟମ କରୁଛନ୍ତି।

Share