Categories: ଖେଳ

ମାନସିକ ନିର୍ଯାତନା ଅଭିଯୋଗ ଆଣିଲେ ଅଲମ୍ପିକ୍‌ ପଦକ ବିଜେତା

ବର୍ମିଂହାମ୍‌, ୨୫ା୭:ଅଲିମ୍ପିକ ବ୍ରୋଞ୍ଜ ପଦକ ବିଜେତା ଲଭ୍‌ଲିନା ବର୍ଗୋହେନ୍‌ ଅଭିଯୋଗ ମାନସିକ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ତାଙ୍କ କୋଚ୍‌ମାନଙ୍କୁ ହଇରାଣ କରାଯାଉଛି। ଫଳରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ତାଙ୍କ ପ୍ରସ୍ତୁତିରେ ବାଧା ସୃଷ୍ଟି ହେଉଥିବା ସେ କହିଛନ୍ତି। ଆୟର୍ଲାଣ୍ଡରେ ଟ୍ରେନିଂ ଶେଷ କରି ଭାରତୀୟ ବକ୍ସିଂ ଦଳ ରବିବାର ଗେମ୍ସ ଭିଲେଜ୍‌ରେ ପହଞ୍ଚତ୍ଥିଲା। କିନ୍ତୁ ଲଭ୍‌ଲିନାଙ୍କ ଜଣେ ବ୍ୟକ୍ତିଗତ କୋଚ୍‌ ସନ୍ଧ୍ୟା ଗୁରୁଙ୍ଗ୍‌ ଭିଲେଜ ଭିତରକୁ ପ୍ରବେଶ କରିପାରି ନ ଥିଲେ। କାରଣ ତାଙ୍କ ପାଖରେ ଆକ୍ରିଡିଟେଶନ ନ ଥିଲା। ରାଜ୍ୟଗୋଷ୍ଠୀ କ୍ରୀଡ଼ା ସମୟରେ ତାଙ୍କ ବ୍ୟକ୍ତିଗତ ସପୋର୍ଟ ଷ୍ଟାଫ୍‌ ଆମି କୋଲେକରଙ୍କ ଉପସ୍ଥିତି ସେ ଚାହୁଁଥିଲେ, ମାତ୍ର ଲମ୍ବା ତାଲିକାରେ ତାଙ୍କ ନାମ ନ ଥିଲା। ବକ୍ସରଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ପ୍ରକାଶ କରି ସେ କହିଛି, ଏହି ପ୍ରସଙ୍ଗର ଯଥାଶୀଘ୍ର ସମାଧାନ ଲାଗି ଭାରତୀୟ ଅଲିମ୍ପିକ ଆସୋସିଏଶନକୁ ନିର୍ଦ୍ଦେଶ ଦିଆଯାଇଛି। ଲଭ୍‌ଲିନା କହିଛନ୍ତି, ଇସ୍ତାନ୍‌ବୁଲ୍‌ରେ ବିଶ୍ୱ ଚାମ୍ପିୟନଶିପ୍‌ ବେଳେ ତାଙ୍କୁ ସମାନ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥିଲା। ବର୍ମିଂହାମ୍‌ରେ ମଧ୍ୟ ତାହା ଦେଖିବାକୁ ମିଳିବ ବୋଲି ସେ ଆଶଙ୍କା କରୁଥିଲେ।

ଲଭ୍‌ଲିନାଙ୍କ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କ୍ରୀଡା ମନ୍ତ୍ରଣାଳୟ ତାଙ୍କ କୋଚଙ୍କ ପ୍ରମାଣପତ୍ର ପାଇଁ ତୁରନ୍ତ ବ୍ୟବସ୍ଥା କରିବାକୁ ଆମେ ଭାରତୀୟ ଅଲିମ୍ପିକ ଫେଡେରେଶନକୁ ଅନୁରୋଧ କରିଛୁ ବୋଲି କୁହାଯାଇଛି।

Share