Categories: ଖେଳ

ସେମି ସହ ନିଖତଙ୍କୁ ଅଲିମ୍ପିକ କୋଟା

ହାଙ୍ଗ୍‌ଝୋ, ୩୦ା୯(ପି.ଟି.): ଦୁଇଥର ବିଶ୍ୱ ଚାମ୍ପିୟନ ଭାରତୀୟ ବକ୍ସର ନିଖତ ଜରିନ୍‌ ଏସିଆନ ଗେମ୍ସ ମହିଳା ୫୦କେଜି ଶ୍ରେଣୀ ବକ୍ସିଂ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଏଥିସହିତ ସେ ଏକ ପଦକ ପକ୍କା କରିପାରିିଛନ୍ତି। ଟୁର୍ନାମେଣ୍ଟରେ ନିଖତଙ୍କର ଏହା ଥିଲା ତୃତୀୟ ବାଉଟ୍‌। କ୍ୱାର୍ଟରଫାଇନାଲରେ ସେ ଜୋର୍ଡାନର ନାସ୍‌ବାର୍‌ ହାନାନଙ୍କୁ ଏକ ଆର୍‌ଏସ୍‌ସି (ରେଫରି ଷ୍ଟପ୍ସ କଣ୍ଟେଷ୍ଟ) ସହ ୩ ମିନିଟରୁ କମ୍‌ ସମୟ ମଧ୍ୟରେ ହରାଇ ଦେଇଥିଲେ। ଭାରତର ବିଶ୍ୱ ଚାମ୍ପିୟନଶିପ୍‌ ବ୍ରୋଞ୍ଜ ପଦକ ବିଜେତା ପରବିନ୍‌ ସ୍ଥାନୀୟ ଫେଭରାଇଟ୍‌ ଜିଚୁନ୍‌ ଜୁଙ୍କୁ ୫-୦ରେ ହରାଇ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ଅନ୍ୟପକ୍ଷରେ ଲକ୍ଷ୍ୟ ଚହର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ୮୦କେଜି ଶ୍ରେଣୀ ରାଉଣ୍ଡ ଅପ୍‌ ୧୬ ବାଉଟ୍‌ରେ ସେ କିରଗିଜ୍‌ସ୍ତାନର ଓମୁରବେକ୍‌ ବେକ୍‌ଝିଗିଟ୍‌ ଉଲୁଙ୍କଠାରୁ ୧-୪ରେ ପରାଜିତ ହୋଇଛନ୍ତି। ୫୦କେଜି, ୫୪କେଜି, ୫୭କେଜି ଓ ୬୦କେଜି ମହିଳା ଇଭେଣ୍ଟ ସେମିଫାଇନାଲିଷ୍ଟ ଏବଂ ୬୬କେଜି ଓ ୭୫କେଜି ଶ୍ରେଣୀ ଫାଇନାଲିଷ୍ଟ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବେ। ପୁରୁଷ ଇଭେଣ୍ଟରେ ୭ଟି ଓଜନ ଶ୍ରେଣୀରେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ବିଜେତା ଅଲିମ୍ପିକ କୋଟା ହାସଲ କରିବେ।

Share