Posted inଖେଳ

ପରବିନ୍‌ଙ୍କୁ ଅଲିମ୍ପିକ୍ସ କୋଟା, ନିଖତଙ୍କୁ ବ୍ରୋଞ୍ଜ

ହାଙ୍ଗଝୋ,୨ା୧୦(ପି.ଟି.): ଏସିଆନ୍‌ ଗେମ୍ସ ୨୦୨୩ରେ ଭାରତୀୟ ବକ୍ସରଙ୍କ ଚମତ୍କାର ପ୍ରଦର୍ଶନ ଜାରି ରହିଛି। ରବିବାର ନିଖତ ଜରିନ୍‌ ବ୍ରୋଞ୍ଜ ପଦକ ହାସଲ କରିଥିବା ବେଳେ ପରବିନ୍‌ ହୁଦା ପ୍ୟାରିସ୍‌ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ୫୦ କିଗ୍ରା ଓଜନ ବର୍ଗରେ ଖେଳୁଥିବା ନିଖତ ସେମି ଫାଇନାଲରେ ଥାଇଲାଣ୍ଡର ରାକାଷ୍ଟ ଚୁଥାମଟଙ୍କଠାରୁ ୨-୧ରେ ପରାଜିତ ହୋଇଛନ୍ତି। ପ୍ରଥମ ରାଉଣ୍ଡରେ ନିଖତ ବିଜୟୀ ହୋଇଥିବା ବେଳେ ଥାଇ ବକ୍ସର ପରବର୍ତ୍ତୀ ଦୁଇ ରାଉଣ୍ଡରେ ବାଜି ମାରି ନେଇଥିଲେ। ଏହା ପୂର୍ବରୁ ନିଖତ ମଧ୍ୟ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରି ସାରିଛନ୍ତି। ୨୦୨୨ ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌ ବ୍ରୋଞ୍ଜ ପଦକ ବିଜେତା ପରବିନ୍‌ ଉଜବେକିସ୍ତାନର ସିଟୋରା ଟୁର୍ଡିବେକୋଭାଙ୍କୁ ପରାସ୍ତ କରିଛନ୍ତି। ଏହି ବିଜୟ ସହିତ ୫୭ କିଗ୍ରା ଓଜନ ବର୍ଗର ସେମିରେ ପ୍ରବେଶ କରିବା ସହ ଭାରତ ପାଇଁ ଏକ ପଦକ ପକ୍କା କରିଛନ୍ତି। ରାଜ୍ୟଗୋଷ୍ଠୀ ବ୍ରୋଞ୍ଜ ପଦକ ବିଜୟିନୀ ଜସ୍ମିନ୍‌ ଲମ୍ବୋରିଆ ୬୦ କିଗ୍ରା ଓଜନ ବର୍ଗ କ୍ୱାର୍ଟର ଫାଇନାଲରୁ ବିଦାୟ ନେଇଛନ୍ତି। କୋରିଆର ଓନ୍‌ ଉନଗ୍ୟୋଙ୍ଗଙ୍କ ବିପକ୍ଷ ମ୍ୟାଚ୍‌କୁ ରେଫରି ଅଧାରୁ ରୋକିବାକୁ ବାଧ୍ୟ ହୋଇଥିଲେ। ପ୍ରଥମ ବାଉଟ୍‌କୁ ୫-୦ରେ ଜିତିବା ପରେ ଜସ୍ମିନ୍‌ ନିଜ ଧ୍ୟାନ ହରାଇଥିଲେ। କୋରିଆନ୍‌ ବକ୍ସରଙ୍କ ପଞ୍ଚ ପରେ ପଞ୍ଚ କାରଣରୁ ଶେଷରେ ମ୍ୟାଚ୍‌କୁ ଅଧାରୁ ରୋକିଥିଲେ ରେଫରି।
ଆର୍ଚେରୀ: ଭାରତୀୟ ତୀରନ୍ଦାଜମାନେ ଏସିଆନ୍‌ ଗେମ୍ସରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ରବିବାର ଅନୁଷ୍ଠିତ କମ୍ପାଉଣ୍ଡ ଇଭେଣ୍ଟର ମହିଳା ଓ ମିକ୍ସଡ ପେୟାର ବର୍ଗର ଯୋଗ୍ୟତା ପର୍ଯ୍ୟାୟରେ ଭାରତ ଏକ ନମ୍ବର ସ୍ଥାନ ଅଳଙ୍କୃତ କରିଛି। ଭାରତ ପକ୍ଷରୁ ଜ୍ୟୋତି ସୁରେଖା ଭେନମ୍‌ ଚମତ୍କାର ପ୍ରଦର୍ଶନ କରିଥିଲେ। ବିଶ୍ୱ ଚାମ୍ପିୟନ ଓଜସ୍‌ ଦେଓତାଲେ ଓ ୨୦୧୪ ଏସିଆନ୍‌ ଗେମ୍ସ ରୌପ୍ୟ ପଦକ ବିଜେତା ଅଭିଷେକ ବର୍ମା ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଥିବା ବେଳେ ପୁରୁଷ କମ୍ପାଉଣ୍ଡ ଟିମ୍‌ ଦ୍ୱିତୀୟ ସ୍ଥାନରେ ରହିଛି। ମହିଳା କମ୍ପାଉଣ୍ଡ ଟିମ୍‌ ପକ୍ଷରୁ ଜ୍ୟୋତି (୭୦୪ ପଏଣ୍ଟ) ପ୍ରଥମ ସ୍ଥାନରେ ଓ ଅଦିତି ସ୍ବାମୀ(୬୯୬ ପଏଣ୍ଟ) ସହ ଚତୁର୍ଥ ସ୍ଥାନରେ ରହିଥିଲେ। ଅନ୍ୟତମ ଭାରତୀୟ ପରନିତ୍‌ କୌର ୧୨ତମ ସ୍ଥାନରେ ରହିଥିଲେ ମଧ୍ୟ ଭାରତ ପ୍ରଥମ ସ୍ଥାନରେ ରହି କ୍ୱାର୍ଟର ଫାଇନାଲକୁ ଯୋଗ୍ୟତା ଅର୍ଜନ କରିଛି। କୋରିଆ ସହିତ ଭାରତର ସ୍କୋର ଟାଇ ରହିଥିଲେ ମଧ୍ୟ ଅଧିକ ୧୦ ପଏଣ୍ଟ ସ୍କୋର କରି ଭାରତ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଥିଲା।
କାୟାକିଂ ଓ କାନୋଇଂ: କାୟାକିଂ ଓ କାନୋଇଂ ଇଭେଣ୍ଟରେ ଭାରତୀୟ କାୟାକ ସୋନିଆ ଦେବୀ ଫାଇରେମବାମ୍‌ ଫାଇନାଲରେ ପ୍ରବେଶ କରିଛନ୍ତି। ମହିଳା ସିଙ୍ଗଲ କାୟାକ ୫୦୦ ମି. ଇଭେଣ୍ଟରେ ଦ୍ୱିତୀୟ ସ୍ଥାନରେ ରହି ଫାଇନାଲରେ ପ୍ରବେଶ କରିଛନ୍ତି। ସୋନିଆ ହିଟ୍ସରେ ୨:୧୭.୩୫୧ ସେକେଣ୍ଡର ଟାଇମିଂ ସହିତ ଚତୁର୍ଥ ସ୍ଥାନରେ ରହି ସେମିରେ ପ୍ରବେଶ କରିଥିଲେ। ସେମି ଫାଇନାଲରେ ନିଜ ଟାଇମିଂରେ ଉନ୍ନତି ଆଣିବା ସହିତ ଦ୍ୱିତୀୟ ସ୍ଥାନରେ ରହିଥିଲେ ସୋନିଆ। ସେମିରେ ୨:୧୬.୪୩୫ର ଟାଇମିଂ ହାସଲ କରିଥିଲେ। ମଙ୍ଗଳବାର ଫାଇନାଲ ଇଭେଣ୍ଟ ଅନୁଷ୍ଠିତ ହେବ। ୨୦୦ ମିଟର ସ୍ପ୍ରିଣ୍ଟରେ ମେଘା ପ୍ରଦୀପ ସେମିରୁ ବିଦାୟ ନେଇଛନ୍ତି। ୫୬.୭୦୫ ସେକେଣ୍ଡର ଟାଇମିଂ ସହ ସେମିରେ ପ୍ରବେଶ କରିଥିଲେ ମଧ୍ୟ ମେଘା ବିଦାୟ ନେଇଥିଲେ।
ସ୍କ୍ବାଶ: ପୁରୁଷ ଦଳ ପାକିସ୍ତାନକୁ ହରାଇ ସ୍ବର୍ଣ୍ଣ ପଦକ ଜିତିବା ପରେ ସ୍କ୍ବାଶ ମିକ୍ସଡ ଡବଲ୍ସରେ ଭାରତୀୟ ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ ଜାରି ରହିଛି। ପୁଲ୍‌ ଏ’ରେ ସ୍ଥାନ ପାଇଥିବା ଦୀପିକା ପଲିକଲ ଓ ହରିନ୍ଦର ପାଲ ସିଂ ସନ୍ଧୁ ଦୁଇଟି ମ୍ୟାଚରେ ବିଜୟୀ ହୋଇଛନ୍ତି। ଦକ୍ଷିଣ କୋରିଆ ଖେଳାଳିଙ୍କ ୨୨ ମିନିଟ ଓ ପାକିସ୍ତାନ ଖେଳାଳିଙ୍କୁ ମାତ୍ର ୧୧ ମିନିଟରେ ଉଭୟ ପରାସ୍ତ କରିଥିଲେ। ପୁଲ୍‌ ଡି’ରେ ଥିବା ଅନ୍ୟତମ ଭାରତୀୟ ଯୋଡ଼ି ଅନହତ ସିଂ ଓ ଅଭୟ ସିଂ ମଧ୍ୟ ଚମତ୍କାର ପ୍ରଦର୍ଶନ ଜାରି ରଖି ଯଥାକ୍ରମେ ୧୫ ଓ ୧୬ ମିନିଟର ସମୟ ନେଇ ଫିଲିପାଇନ୍ସ ଓ ପାକିସ୍ତାନକୁ ପରାସ୍ତ କରିଥିଲେ। ପୁରୁଷ ସିଙ୍ଗଲ୍ସ ଇଭେଣ୍ଟରେ ଭାରତର ମହେଶ ମନଗାଓଁକର ଫିଲିପାଇନ୍ସର ଜୋନାଥନ ରେୟେସଙ୍କୁ ୧୧-୮, ୧୧-୪ ଓ ୧୧-୨ ସେଟ୍‌ରେ ପରାସ୍ତ କରି ରାଉଣ୍ଡ ଅଫ୍‌ ୩୨ରେ ପ୍ରବେଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

ପଦାର୍ପଣରେ ତେଜ ଦେଖାଇଲା କୋଣାର୍କ ସୂର୍ଯ୍ୟସ

ଯୋଧପୁର, ୨୧।୯ (ତପନ ସ୍ବାଇଁ): ଲିଜେଣ୍ଡ୍‌ସ ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟରେ ନିଜର ପ୍ରଥମ ପଦାର୍ପଣରେ ତେଜ ଦେଖାଇଛି ସନ୍‌ପ୍ରିୟା ଗ୍ରୁପ୍‌ ମାଲିକାନାରେ ଥିବା କୋଣାର୍କ ସୂର୍ଯ୍ୟସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri