Categories: ଖେଳ

ଅଲିମ୍ପିକ୍ସ ସେଲିଂ: ନେଥ୍ରା, ବିଷ୍ଣୁଙ୍କ ବୋଟ୍‌ ଟୋକିଓରେ ପହଞ୍ଚିଲା

ଟୋକିଓ,୧୬।୭(ପି.ଟି.): ଅଲିମ୍ପିକ୍ସ ସେଲିଂ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯାଉଥିବା ଦୁଇ ଭାରତୀୟ ସେଲର ନେଥ୍ରା କୁମାନନ ଓ ବିଷ୍ଣୁ ସରଭାନନଙ୍କ ବୋଟ୍‌ ଇତିମଧ୍ୟରେ ଟୋକିଓରେ ପହଞ୍ଚିଛି। ଏହି ବୋଟ୍‌ ମାଧ୍ୟମରେ ଦୁଇ ପ୍ରତିଯୋଗୀ ଅଲିମ୍ପିକ୍ସ ସେଲିଂ ଇଭେଣ୍ଟରେ ଅଂଶଗ୍ରହଣ କରିବେ। ଜୁଲାଇ ୨୩ରୁ ଅଲିମ୍ପିକ୍ସ ଆରମ୍ଭ ହେବ।
ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ଏହି ଦୁଇ ବୋଟ୍‌ର ଫଟୋ ଶେୟାର କରିଛି। ନେଥ୍ରା ଲେଜର ରେଡିଆଲ ଇଭେଣ୍ଟରେ ଅଂଶଗ୍ରହଣ କରିବେ। ସେ ସ୍ପେନ୍‌ରେ ଟ୍ରେନିଂ ନେଉଥିଲେ। ପ୍ରସ୍ତୁତି ପାଇଁ ସେ ମାଲଟାରେ ରହୁଥିଲେ। ବରୁଣ ଠାକର ଓ ଗଣପଥି ଚେଙ୍ଗାପ୍ପାଙ୍କ ସହ ସାଥି ହୋଇ ନେଥ୍ରା ଓ ବିଷ୍ଣୁ ୪୯ଇଆର କ୍ଲାସ୍‌ ଇଭେଣ୍ଟରେ ଅଂଶଗ୍ରହଣ କରିବେ। ମଙ୍ଗଳବାର ଭାରତର ସେଲରମାନେ ଟୋକିଓରେ ପହଞ୍ଚିଛନ୍ତି। ପ୍ରଥମ ଥର ପାଇଁ ଭାରତର ରେକର୍ଡ ୪ଜଣ ସେଲର ଅଲିମ୍ପିକ୍ସରେ ଭାଗନେବେ ଓ ୩ଟି ଇଭେଣ୍ଟରେ ଅଂଶଗ୍ରହଣ କରିବେ। ଜୁଲାଇ ୨୫ରୁ ସେଲିଂ ଇଭେଣ୍ଟ ଆରମ୍ଭ ହେବ।

Share