ମୋଦି-ଶାହାଙ୍କୁ ଅଲିମ୍ପିକ୍ସ ଚାମ୍ପିଅନ୍‌ଙ୍କ ନିବେଦନ: ‘ମଣିପୁରର ଲୋକଙ୍କୁ ବଞ୍ଚାନ୍ତୁ’

ଇମ୍ଫାଲ,୧୮।୭: ଅଲିମ୍ପିକ୍ସରେ ଭାରତକୁ ପଦକ ଜିତାଇଥିବା ଷ୍ଟାର ଭାରଉତ୍ତୋଳନକାରୀ ମିରାବାଇ ଚାନୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଭାବୁକ ଅପିଲ କରିଛନ୍ତି। ଗତ ୩ ମାସ ଧରି ମଣିପୁରରେ ହିଂସା ଲାଗି ରହିଛି। ଏହାକୁ ଶେଷ କରି ଶାନ୍ତି ଫେରାଇ ଆଣିବାକୁ ମିରାବାଇ ସୋସିଆଲ ମିଡିଆରେ ଏକ ଭିଡିଓ ଜରିଆରେ ଅପିଲ କରିଛନ୍ତି।
କହିରଖୁଛୁ, ମେ’ ମାସ ପୂର୍ବ ସପ୍ତାହରୁ ମଣିପୁରରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ହିଂସା ଚାଲିଛି। ଏଥିରେ ଏଯାବତ ୧୪୦ରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି। ଏହାକୁ ନେଇ ମିରାବାଇ ମୋଦିଙ୍କୁ ଅପିଲ କରି କହିଛନ୍ତି ମଣିପୁରରେ ହିଂସା ଯୋଗୁ ଖେଳାଳିମାନେ ନିଜର ଟ୍ରେନିଂ ନେଇପାରୁନାହାନ୍ତି। ଛାତ୍ରୀଛାତ୍ରମାନଙ୍କର ପାଠପଢ଼ା ବ୍ୟାଘାତ ହେଉଛି। ଏଣୁ ଏହାକୁ ଶେଷ କରିବାର ଆବଶ୍ୟକତା ରହିଛି ବୋଲି ସେ ଭାବବିହ୍ବଳ ହୋଇ କହିଛନ୍ତି।
ଦେଖନ୍ତୁ ଭିଡିଓ:

Share