Posted inଖେଳ

ପୁଣି ଦେଖାହେବ ଲସ୍‌ ଏଞ୍ଜେଲ୍ସରେ

ପ୍ୟାରିସ ଅଲିମ୍ପିକ୍ସ ଶେଷ ହୋଇଛି। ପୁଣି ଦେଖାହେବ ଲସ୍‌ ଏଞ୍ଜେଲ୍ସରେ। ଏହି ବାର୍ତ୍ତା ଉଦ୍‌ଯାପନୀ ସମାରୋହରେ ଉଦ୍‌ଭାଷିତ ହୋଇଛି। କାରଣ ପ୍ରତିଯୋଗିତାର ପରବର୍ତ୍ତୀ ସଂସ୍କରଣ ୨୦୨୮ରେ ଲସ୍‌ ଏଞ୍ଜେଲ୍ସରେ ଅନୁଷ୍ଠିତ ହେବ। ଏହା ଜୁଲାଇ ୧୪ରୁ ୩୦ ପର୍ଯ୍ୟନ୍ତ ଆୟୋଜନ କରାଯିବାକୁ ସ୍ଥିର ହୋଇଛି। ଫଳରେ ପରମ୍ପରା ଅନୁସାରେ ଉଦ୍‌ଯାପନୀ ଉତ୍ସବରେ ପ୍ୟାରିସ୍‌ କର୍ତ୍ତୃପକ୍ଷ ଲସ୍‌ ଏଞ୍ଜେଲ୍ସ କର୍ମକର୍ତ୍ତାଙ୍କୁ ଅଲିମ୍ପିକ୍‌ ପତାକା ହସ୍ତାନ୍ତର କରିଛନ୍ତି। ପ୍ୟାରିସ୍‌ରେ ଜୁଲାଇ ୨୬ରୁ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ଉଦ୍‌ଯାପନୀ ସମାରୋହ ଅଗଷ୍ଟ ୧୧ରେ ସମାପ୍ତ ହୋଇଛି। ଉଦ୍‌ଘାଟନୀରେ ଡ୍ରାଗ୍‌ କୁଇନଙ୍କ ନୃତ୍ୟ ଆଦି ବିବାଦୀୟ କାର୍ଯ୍ୟକ୍ରମ ବିଶେଷ ଚର୍ଚ୍ଚାରେ ରହିଥିବାବେଳେ ଉଦ୍‌ଯାପନୀରେ ବିଲି ଏଲିଶ୍‌, ସ୍ନୁପ ଡଗ୍‌ ଓ ରେଡ୍‌ ହଟ୍‌ ଚିଲି ପେପର୍ସଙ୍କ କାର୍ଯ୍ୟକ୍ରମ ସ୍ମରଣୀୟ ସ୍ମୃତି ଛାଡ଼ିଛି। ପ୍ୟାରିସ୍‌ ଅଲିମ୍ପିକ୍ସ ଆୟୋଜକ ପରମ୍ପରାରୁ ହଟି ନୂଆ ଢଙ୍ଗରେ କେତେକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଏହା ମଧ୍ୟରେ ସେନ୍‌ ନଦୀରେ ଉଦ୍‌ଘାଟନୀ ସମାରୋହ ଏବଂ ଅନ୍ତିମ ଦିବସରେ ପୁରୁଷ ମାରାଥନ ସ୍ଥାନରେ ମହିଳା ମାରାଥନ ଆୟୋଜନ ଅନ୍ୟତମ। ଏଥର ଅଲିମ୍ପିକ୍ସରେ କ୍ରୀଡ଼ା ମହାଶକ୍ତି ଆମେରିକାକୁ କଡ଼ା ଟକ୍କର ଦେଇଥିଲା ଚାଇନା। ମାତ୍ର ଶେଷରେ ଆମେରିକା ପଦକ ତାଲିକାର ଶୀର୍ଷରେ ରହିଥିଲା। ଉଦ୍‌ଯାପନୀର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମନମୁଗ୍‌ଧକର ଥିଲା।

ପ୍ୟାରିସ୍‌,୧୨। ୮: କ୍ରୀଡା ମହାକୁମ୍ଭ ପ୍ୟାରିସ୍‌ ୨୦୨୪ ରବିବାର ଉଦ୍‌ଯାପିତ ହୋଇଛି। ୪ ବର୍ଷରେ ଥରେ ଅନୁଷ୍ଠିତ ହେଉଥିବା ଏହି କ୍ରୀଡା ଇଭେଣ୍ଟ ଷ୍ଟାଡ ଡି ଫ୍ରାନ୍ସରେ ସମାପିତ ହୋଇଛି। ପ୍ରଥମେ ଟୁଲେରିସ୍‌ ଗାର୍ଡେନରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଜାହୋ ଡି ସଗାଜାନ ନିଜ ଟ୍ରୁପ୍‌ ସହିତ ଫ୍ରେଞ୍ଚ ସଙ୍ଗୀତ ପରିବେଷଣ କରିଥିଲେ। ୪ଟି ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜେତା ଫ୍ରାନ୍ସ ସନ୍ତରଣକାରୀ ଲିଓନ ମର୍ଚାଣ୍ଡ ଟୁଲେରିସ୍‌ ଗାର୍ଡେନରୁ ଅଲିମ୍ପିକ୍‌ ଫ୍ଲେମ୍‌ ସହ ଷ୍ଟାଡ ଡି ଫ୍ରାନ୍ସ ଅଭିମୁଖେ ଯାତ୍ରା କରିଥିଲେ। ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମ୍ୟାକ୍‌ରଁ ଓ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ମୁଖ୍ୟ ଥୋମାସ ବାକ୍‌ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହିଥିଲେ। ସ୍ଥାନୀୟ ଅର୍କେଷ୍ଟ୍ରା ‘ଡିଭୋଟି ମେଣ୍ଟାଲ’ ପକ୍ଷରୁ ଏକ ଭାୟୋଲିନ୍‌ କାର୍ଯ୍ୟକ୍ରମ ସହିତ ସମସ୍ତ ଦଳର ପତାକା ବାହକ ମାନେ ଷ୍ଟାଡିୟମରେ ପ୍ରବେଶ କରିଥିଲେ। ପ୍ରଥମେ ଗ୍ରୀସ୍‌ ଓ ରିଫ୍ୟୁଜି ଟିମ୍‌ ପ୍ରବେଶ କରିଥିଲେ। ପରେ ଅନ୍ୟ ସମସ୍ତ ଦେଶର ପତାକା ବାହକ ପ୍ରବେଶ କରିଥିଲେ। ଶେଷରେ ସମସ୍ତ ଦଳର ଆଥଲେଟ ମାନେ ଷ୍ଟାଡିୟମ ମଧ୍ୟକୁ ପ୍ରବେଶ କରିଥିଲେ। ଶୁଟର ମନୁ ଭାକର ଓ ହକି ଖେଳାଳି ପି.ଆର. ଶ୍ରୀଜେଶ ଭାରତୀୟ ଦଳର ପତାକା ବାହକ ଦାୟିତ୍ୱ ନିର୍ବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୧୯ ବର୍ଷ ପୂର୍ବେ କରିଥିଲେ ଡେବ୍ୟୁ, ୨୯ ବର୍ଷ ଖେଳି ହାସଲ କଲେ ୧୯୯ ଶତକ: ତାଙ୍କ ଆଖପାଖରେ ନାହାନ୍ତି ସଚିନ-କୋହଲି

ନୂଆଦିଲ୍ଲୀ,୧୯।୯: କ୍ରିକେଟରେ ଶତକ ସ୍କୋର କରିବା ଏକ ବଡ଼ ସଫଳତା। ୧୦୦ ରନ ପୂରଣ କରିବାକୁ ଜଣେ ବ୍ୟାଟ୍ସମ୍ୟାନଙ୍କୁ ଅନେକ ଘଣ୍ଟା ପାଇଁ କ୍ରିଜରେ ରହିବାକୁ...

ପଡିଆରେ ଏହି ମନ୍ତ୍ର ଜପ କରନ୍ତି ବିରାଟ କୋହଲି, ଆଉ ଗୌତମ ଗମ୍ଭୀର…

ନୂଆଦିଲ୍ଳୀ,୧୯ା୯(ପି.ଟି.): ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ସାକ୍ଷାତକାର ଅବସରରେ ଉଭୟଙ୍କ ଆଧ୍ୟାତ୍ମିକତାର ରୁଚି ସାମ୍ନାକୁ ଆସିଛି।...

ଗମ୍ଭୀର-ବିରାଟ ବିବାଦ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ

ଚେନ୍ନାଇ,୧୯ା୯(ପି.ଟି.):ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ମଧ୍ୟରେ ପଡିଆ ବାହାରେ ବିବାଦକୁ ନେଇ ସର୍ବଦା ଖବର ଦେଖିବାକୁ...

ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ: ସ୍ବୟମ୍‌ଜିତଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର, ୧୯।୯ (ତପନ ସ୍ବାଇଁ): ଫିଜିର ସୁଭାରେ ଚାଲିଥିବା ରାଜ୍ୟଗୋଷ୍ଠୀ ୟୁଥ୍‌, ଜୁନିୟର ଓ ସିନିୟର ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ଓଡ଼ିଶାର ସ୍ବୟମଜିତ ପ୍ରସାଦ ସାହୁ ବୁଧବାର...

ପ୍ରଥମ ଦିବସରେ ଏକାଧିକ ମିଟ୍‌ ରେକର୍ଡ

ଭୁବନେଶ୍ୱର, ୧୯।୯ (ତପନ ସ୍ବାଇଁ): ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ ଓଡ଼ିଶା ଆଥଲେଟିକ୍ସ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ୭୦ତମ ରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପ୍‌...

ଆସିଲା ଆଇପିଏଲ ମେଗା ନିଲାମୀ ତାରିଖ: ଜାଣନ୍ତୁ କେବେ ହେବ ?

ନୂଆଦିଲ୍ଲୀ,୧୮ା୯: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୫ ପାଇଁ ମେଗା ନିଲାମ ଖୁବଶୀଘ୍ର ଅନୁଷ୍ଠିଟି ହେବାକୁ ଯାଉଛି। ନଭେମ୍ବର ଶେଷ କିମ୍ବା ଡିସେମ୍ବର ଆରମ୍ଭରେ ଅନୁଷ୍ଠିତ...

ପଞ୍ଜାବ କିଙ୍ଗ୍ସର ମୁଖ୍ୟ କୋଚ୍‌ ହେଲେ ପଣ୍ଟିଂ

ନୂଆଦିଲ୍ଲୀ,୧୮ା୯: ଆଇପିଏଲ୍‌ ଫ୍ରାଞ୍ଚାଇଜ ପଞ୍ଜାବ କିଙ୍ଗ୍ସର ନୂତନ ମୁଖ୍ୟ କୋଚ୍‌ ଭାବରେ ବୁଧବାର ରିକି ପଣ୍ଟିଂଙ୍କ ନାମ ଘୋଷଣା କରାଯାଇଛି। ଟ୍ରେଭର ବେଲିସ୍‌ଙ୍କ ସ୍ଥାନରେ ପୂର୍ବତନ...

ପୁଣି ମୁହାଁମୁହିଁ ହେଲେ କୋହଲି-ଗମ୍ଭୀର: ଦେଖନ୍ତୁ ଟ୍ରେଲର୍‌…

ନୂଆଦିଲ୍ଲୀ,୧୮।୯: ଭାରତୀୟ ଦଳର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରୁ ବିରାଟ କୋହଲି ଅନ୍ୟତମ। ଗୌତମ ଗମ୍ଭୀର ଟିମ ଇଣ୍ଡିଆର ମୁଖ୍ୟ କୋଚ ଦାୟିତ୍ୱ ତୁଲାଉଛନ୍ତି। ଟିମ ଇଣ୍ଡିଆରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri