Posted inଖେଳ

ଅଲିମ୍ପିକ୍ସ: ଏନ୍‌ବିସି କମେଣ୍ଟେଟର, ଖବରଦାତା ହେବେ ଫେଲପ୍ସ

ଷ୍ଟାମଫୋର୍ଡ,୨୧।୭: ଅଲିମ୍ପିକ୍ସ ଇତିହାସର ସଫଳତମ ଆଥ୍‌ଲେଟ ତଥା ଆମେରିକୀୟ ସନ୍ତରଣକାରୀ ମାଇକେଲ ଫେଲପ୍ସ ଏବେ ଏକ ନୂଆ ଭୂମିକାରେ ଅବତୀର୍ଣ୍ଣ ହେବେ। ଟୋକିଓ ଅଲିମ୍ପିକ୍ସରେ ସେ ଆମେରିକାର ବ୍ରଡ୍‌କାଷ୍ଟ ଟେଲିଭିଜନ ନେଟ୍‌ଓ୍ବର୍କ ଏନ୍‌ବିସି ପାଇଁ କମେଣ୍ଟେଟର ଓ ଖବରଦାତା ଭାବେ କାର୍ଯ୍ୟ କରିବେ। ଫେଲପ୍ସ ଅଲିମ୍ପିକ୍ସରେ ମୋଟ ୨୩ଟି ସ୍ବର୍ଣ୍ଣ ସମେତ ୨୮ଟି ପଦକ ହାସଲ କରି ଇତିହାସ ସୃଷ୍ଟି କରିଥିଲେ। ସନ୍ତରଣର କେତୋଟି ସ୍ବତନ୍ତ୍ର ଇଭେଣ୍ଟରେ ସେ ଡାନ ହିକ୍ସ ଓ ରୋଡି ଗେନ୍ସଙ୍କ ସହ କାର୍ଯ୍ୟ କରିବେ। ସେ ଖବରଦାତା ଭାବେ ଫିଚର ପ୍ରଦାନ କରିବା ସହ ପ୍ରାଇମଟାଇମ କଭରେଜ କରିବେ। ୨୦୦୦ରୁ ୨୦୧୬ ମଧ୍ୟରେ ଫେଲପ୍ସ ୫ଟି ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିଲେ। ଗତମାସରେ ସେ ୟୁଏସ୍‌ ସୁଇମିଂ ଟ୍ରାଏଲ୍ସରେ ମଧ୍ୟ ଏନ୍‌ବିସି ପାଇଁ କାର୍ଯ୍ୟ କରିଥିଲେ। ଅଲିମ୍ପିକ୍ସରେ ସେ ବହୁ ସଂଖ୍ୟାରେ ପଦକ ହାସଲ କରିଛନ୍ତି। ସେ ଜଣେ ଉଚ୍ଚକୋଟୀର ସନ୍ତରଣକାରୀ ହୋଇଥିବାରୁ ଏହି କାର୍ଯ୍ୟ ସଫଳତାର ସହ ତୁଲାଇବେ ବୋଲି ଗେନ୍ସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଥମ ବଲ୍‌ରେ ଇତିହାସ ରଚିଲେ ଶାମି, ପରେ କରିଦେଲେ ବଡ଼ ଭୁଲ; ଦେଖିବାକୁ ମିଳିଲା..  

ନୂଆଦିଲ୍ଲୀ,୨୫।୪: IPL ୨୦୨୫ର ୪୩ତମ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦର ଦ୍ରୁତ ବୋଲର ମହମ୍ମଦ ଶାମି ଚେନ୍ନାଇ ସୁପର କିଙ୍ଗସ ବିପକ୍ଷରେ ପ୍ରଥମ ବଲ୍‌ରେ ଇତିହାସ ରଚିଛନ୍ତି।...

ବାସ୍କେଟ ବଲ କ୍ରୀଡ଼ା ଉତ୍ସବ: ସାମିଲ ହେଲେ ୧୨ ବିଦ୍ୟାଳୟ

ସମ୍ବଲପୁର,୨୫ା୪(ବି.ଶଙ୍କର): ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନର ସମ୍ଭାଗସ୍ତରୀୟ ତିନିଦିନିଆ ବାସ୍କେଟ୍‌ ବଲ କ୍ରୀଡ଼ା ଉତ୍ସବ ସମ୍ବଲପୁରସ୍ଥିତ ପିଏମ୍‌ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ଶୁକ୍ରବାର ଶୁଭାରମ୍ଭ ହୋଇଯାଇଛି।...

ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ପହଞ୍ଚିଲା ଆର୍‌ସିବି, ଜାଣନ୍ତୁ କେଉଁ ଦଳ ପ୍ରଥମ, ଦ୍ୱିତୀୟ

ବେଙ୍ଗାଲୁରୁ,୨୫ା୪: ବିରାଟ କୋହଲିଙ୍କ ଅର୍ଦ୍ଧଶତକ ଓ ଜୋଶ ହାଜେଲଉଡଙ୍କ ୪ ଉଇକେଟ ସଫଳତା ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୧୧ ରନ୍‌ରେ ରାଜସ୍ଥାନ ରୟାଲ୍ସ...

ପାକିସ୍ତାନ ସହ ଖେଳିବ ନାହିଁ କି ଭାରତ: ପହଲଗାମ ଆକ୍ରମଣ ପରେ ICCକୁ ଚିଠି ଲେଖିଲା BCCI

ନୂଆଦିଲ୍ଲୀ,୨୫।୪: ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ, ଭାରତୀୟ କ୍ରିକେଟ ଦଳ ଆଉ ପାକିସ୍ତାନ ସହିତ କୌଣସି ଦ୍ୱିପାକ୍ଷିକ ସିରିଜ ଖେଳିବ ନାହିଁ। ଉଭୟ ଦଳ...

ଟି-୨୦ ବଡ଼ କାରନାମା କଲେ ବିରାଟ କୋହଲି: ବାବର ଆଜମଙ୍କୁ ପଛରେ ପକାଇଲେ

ବେଙ୍ଗାଲୁରୁ,୨୫।୪:ଆଇପିଏଲ ୨୦୨୫ର ୪୨ତମ ମ୍ୟାଚ ବେଙ୍ଗାଲୁରୁର ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ RCB...

ଆରମ୍ଭ ହେଲା କବାଡ଼ି ପ୍ରମିୟର ଲିଗ୍‌: ସାମିଲ ହେଲେ ୧୨ ଦଳ

ସମ୍ବଲପୁର,୨୪ା୪(ବି.ଶଙ୍କର): ସମ୍ବଲପୁର କବାଡ଼ି କ୍ଲବ ଓ ସମ୍ବଲପୁର ବଏଜ ମିଳିତ ଆନୁକୂଲ୍ୟରେ ଆୟୋଜିତ ଦ୍ୱିତୀୟ ସମ୍ବଲପୁର କବାଡ଼ି ପ୍ରିମିୟର ଲିଗ(ଏସ୍‌କେପିଏଲ) ଗୁରୁବାର ରାତିରେ ଗଙ୍ଗାଧର ମୁକ୍ତ...

ଭାରତ ଆସିବେନି ନଦିମ

ନୂଆଦିଲ୍ଲୀ,୨୪ା୪: ଆସନ୍ତା ମେ’ ୨୪ ତାରିଖରୁ ବେଙ୍ଗାଲୁରୁରେ ହେବାକୁ ଥିବା ନୀରଜ ଚୋପ୍ରା କ୍ଲାସିକ ଇଭେଣ୍ଟରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପାକିସ୍ତାନର ଅଲିମ୍ପିକ ଚାମ୍ପିୟନ ଅର୍ଶଦ ନଦିମ...

ମାଡ୍ରିଡ୍‌ ଓପନରୁ ଓହରିଲେ ଅଲ୍‌କାରାଜ

ମାଡ୍ରିଡ୍‌,୨୪ା୪: ଇଞ୍ଜୁରୀ ଯୋଗୁ ଦର୍ଶକଙ୍କ ଫେଭରାଇଟ୍‌ କାର୍ଲୋସ ଅଲ୍‌କାରାଜ ମାଡ୍ରିଡ୍‌ ଓପନ ଟେନିସ ଟୁର୍ନାମେଣ୍ଟରୁ ଓହରି ଯାଇଛନ୍ତି। ଗତ ରବିବାର ବାର୍ସିଲୋନା ଓପନ ଫାଇନାଲ ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image