Posted inଖେଳ

ଅଲିମ୍ପିକ୍ସର ଅତୁଟ ରେକର୍ଡ

ବିଶ୍ୱର ସର୍ବୋଚ୍ଚ କ୍ରୀଡ଼ା ପ୍ରତିଯୋଗିତା ଅଲିମ୍ପିକ୍ସର ୩୩ତମ ସଂସ୍କରଣ ଆୟୋଜନ ପାଇଁ ପ୍ୟାରିସ ପ୍ରସ୍ତୁତ। ‘ସିଟି ଅଫ୍‌ ଲାଇଟ୍ସ’ ଉପରେ ଏବେ ସମଗ୍ର ବିଶ୍ୱର ନଜର। ଜୁଲାଇ ୨୬ରେ ସିନ୍‌ ନଦୀରେ ଉଦ୍‌ଘାଟନୀ ସମାରୋହ ସହ ଆରମ୍ଭ ହେବ ଏହି କ୍ରୀଡ଼ା ମହାକୁମ୍ଭ। ଅଗଷ୍ଟ ୧୧ ପର୍ଯ୍ୟନ୍ତ ଆକ୍ସନରେ ଭରପୂର ରହିବ ଆଥଲେଟ୍‌ଙ୍କ କଳାକୌଶଳ। ପ୍ରତିଯୋଗିତାର ସଫଳ ଆୟୋଜନ ପାଇଁ ପ୍ୟାରିସକୁ ସୁରକ୍ଷା କବଚ ମଧ୍ୟରେ ରଖାଯାଇଛି। ୨୦୬ ଦେଶର ୧୦,୭୧୪ ଆଥଲେଟ୍‌ ୩୨ କ୍ରୀଡ଼ାର ୩୨୯ ଇଭେଣ୍ଟରେ ଅଂଶଗ୍ରହଣ କରିବେ। ପୋଡିୟମ ମଣ୍ଡନ ପାଇଁ ହେବ କଡ଼ା ଟକ୍କର। ଭାରତର ୧୧୭ ପ୍ରତିଯୋଗୀ ୧୬ କ୍ରୀଡ଼ାରେ ଭାଗନେବେ…

ରେକର୍ଡ ସୃଷ୍ଟି ହୋଇଥାଏ ଭାଙ୍ଗିବା ପାଇଁ। ତେବେ ଏମିତି କିଛି ରେକର୍ଡ ରହିଛି ଯାହା ଭାଙ୍ଗିବା ଅସମ୍ଭବ। କ୍ରୀଡା ମହାକୁମ୍ଭ ଅଲିମ୍ପିକ୍ସ ୨୦୨୪ ଅନୁଷ୍ଠିତ ହେବାକୁ ଯାଉଛି। ଏମିତି କିଛି ରେକର୍ଡ ଯାହା ଭାଙ୍ଗିବା ଅସମ୍ଭବ ବା ଅତ୍ୟନ୍ତ କଷ୍ଟକର। ତା ଉପରେ ଏକ ନଜର…

ଉସେନ୍‌ ବୋଲ୍ଟଙ୍କ ଟାଇମିଂ: ଅଲିମ୍ପିକ୍ସ ୧୦୦ ମିଟର ସ୍ପ୍ରିଣ୍ଟରେ ଉସେନ୍‌ ବୋଲ୍ଟଙ୍କ ନାମରେ ୯.୬୩ ସେକେଣ୍ଡର ରେକର୍ଡ ରହିଛି। କ୍ରୀଡାରେ ସବୁ ସମ୍ଭବ ତେଣୁ ହୁଏତ ବୋଲ୍ଟଙ୍କ ରେକର୍ଡ ଭାଙ୍ଗି ପାରେ। ମାତ୍ର ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ବୋଲ୍ଟଙ୍କ ପ୍ରତିଷ୍ଠିତ ରେକର୍ଡର କେହି ପାଖ ବି ମାଡି ପାରି ନାହାନ୍ତି। ଅଲିମ୍ପିକ୍ସର ଦ୍ୱିତୀୟ ସର୍ବଶ୍ରେଷ୍ଠ ୯.୬୯ ସେକେଣ୍ଡର ଟାଇମିଂ ମଧ୍ୟ ବୋଲ୍ଟଙ୍କ ନାମରେ ରହିଛି। ଏପରିକି ୨୦୦୯ରେ ବିଶ୍ୱ ଚାମ୍ପିୟନଶିପରେ ବୋଲ୍ଟ ୯.୫୮ ସେକେଣ୍ଡର ଟାଇମିଂ ହାସଲ କରିଥିଲେ। ବର୍ତ୍ତମାନର କୌଣସି ଆଥଲେଟ ବୋଲ୍ଟଙ୍କ ଟାଇମିଂର ନିକଟତର ନ ଥିବା କାରଣରୁ ଏହି ରେକର୍ଡ ଭାଙ୍ଗିବା ଅସମ୍ଭବ।
ନାଦିଆଙ୍କ ପର୍ଫେକ୍ଟ ରୁଟିନ୍‌: ରୋମାନିଆର ୫ଥର ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜେତା ଜିମ୍ନାଷ୍ଟ ନାଦିଆ କୋମାନେସିଙ୍କ ପର୍ଫେକ୍ଟ ୧୦ ସ୍କୋର ରେକର୍ଡ ଭାଙ୍ଗିବା ମଧ୍ୟ ଅସମ୍ଭବ। ୧୯୭୬ ମଣ୍ଟ୍ରିଲ ଅଲିମ୍ପିକ୍ସରେ ନାଦିଆ ପର୍ଫେକ୍ଟ ୧୦ ସ୍କୋର କରିଥିଲେ। ୨୦୦୬ରେ ଅଲିମ୍ପିକ୍ସ ନିୟମରେ ପରିବର୍ତ୍ତନ ସହିତ କୌଣସି ଖେଳାଳି ଆଉ ପର୍ଫେକ୍ଟ ୧୦ ସ୍କୋର କରିବା ଅସମ୍ଭବ।
ସର୍ବାଧିକ ଅଂଶଗ୍ରହଣ: ଅଲିମ୍ପିକ୍ସରେ ସର୍ବାଧିକ ଥର ଅଂଶଗ୍ରହଣ କରିବାର ରେକର୍ଡ କାନାଡାର ଇଆନ୍‌ ମିଲରଙ୍କ ନାମରେ ରହିଛି। ଇକ୍ୱଷ୍ଟ୍ରିଆନ୍‌ ଇଭେଣ୍ଟରେ ଅଂଶଗ୍ରହଣ କରୁଥିବା ମିଲର ୧୯୭୨ରୁ ୨୦୧୨ ମଧ୍ୟରେ ୧୦ ଥର ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିଲେ। ଅଷ୍ଟ୍ରେଲୀୟ ସେଲର ହ୍ୟୁବର୍ଟ ରାଡୁସ୍କଲ, ଲାଟଭିଆ ଶୁଟର ଆଫାନସିଜସ କୁଜମିନ୍ସ ଓ ସୋଭିଏଟ ଶୁଟର ନାନୋ ଶାଲକୁଭେଜ୍‌ ୮ ଥର ଲେଖାଏ ଭାଗ ନେଇଛନ୍ତି।
କ୍ରମାଗତ ସ୍ବର୍ଣ୍ଣ ପଦକ: କ୍ରମାଗତ ୬ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ସହ ଏହି ରେକର୍ଡ ନିଜ ନାମରେ ରଖିଛନ୍ତି ହଙ୍ଗେରୀଆନ ଫେନ୍ସର ଆଲାଡାର ଜେରେଭିଚ୍‌। ୧୯୩୨ରୁ ୧୯୬୦ ମଧ୍ୟରେ ସେ ଏହି ସଫଳତା ହାସଲ କରିଥିଲେ। ଏପରିକି ଏହା ମଧ୍ୟରେ ୨ ଥର ଅଲିମ୍ପିକ୍ସ ଗେମ୍‌ ଦ୍ୱିତୀୟ ବିଶ୍ୱଯୁଦ୍ଧ କାରଣରୁ ବାତିଲ ହୋଇଥିଲା। ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ବ୍ରିଟିଶ ରୋୟର ସାର ଷ୍ଟିଭ୍‌ ରେଡଗ୍ରେଭ୍‌। ଷ୍ଟିଭ୍‌ ୧୯୮୪ ରୁ ୨୦୦ ମସିହା ମଧ୍ୟରେ କ୍ରମାଗତ ୫ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ।
ଫେଲପ୍ସଙ୍କ ପଦକ: ଆମେରିକୀୟ ସନ୍ତରଣକାରୀ ମାଇକେଲ ଫେଲପ୍ସଙ୍କ ପଦକ ସଂଖ୍ୟାର ରେକର୍ଡ ଭାଙ୍ଗିବା ଅସମ୍ଭବ। ଫେଲପ୍ସ ୨୩ ସ୍ବର୍ଣ୍ଣ ପଦକ ସହ ମୋଟ ୨୮ ପଦକ ହାସଲ କରିଛନ୍ତି। ଉଭୟ ସ୍ବର୍ଣ୍ଣ ପଦକ ତଥା ଓଭରଅଲ ପଦକ ତାଲିକାରେ କୌଣସି ବି ଆଥଲେଟ ତାଙ୍କର ନିକଟତର ହେବା ଅସମ୍ଭବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ କ୍ରିକେଟରେ ପୁଣି ଡ୍ରାମା, ଏବେ ପୁଣି ବଦଳିବେ କ୍ୟାପଟେନ!

ଇସଲାମାବାଦ,୭।୯: ବାଂଲାଦେଶ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ପାକିସ୍ତାନ ପରାଜୟ ପରେ ସମାଲୋଚନାର ବଜାର ସରଗରମ ହୋଇଛି। ସବୁଠାରୁ ଖରାପ କଥା ହେଉଛି ଏହି ପରାଜୟ...

ଟ୍ୟାକ୍ସି ଚାଳକଙ୍କ ପୁଅ ଜିତିଲେ ବ୍ରୋଞ୍ଜ୍‌

ପ୍ୟାରିସ୍‌,୭ା୯ଭାରତର ପ୍ରଥମ ଜୁଡୋକା ଭାବରେ ପ୍ୟାରିସ୍‌ ପାରାଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି କପିଲ ପରମାର। ୨୩ ବର୍ଷୀୟ କପିଲ ବ୍ରୋଞ୍ଜ ପଦକ...

୪ ଓଭର, ଗୋଟିଏ ମେଡେନ୍‌, ୪ ରନ୍‌…. ଛାଇଗଲେ ଭୁବି

ନୂଆଦିଲ୍ଲୀ,୭।୯: ଭୁବନେଶ୍ୱର କୁମାର ୟୁପି ଟି-୨୦ ଲିଗ ୨୦୨୪ରେ ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଛନ୍ତି। ଭୁବନେଶ୍ୱର କୁମାରଙ୍କ ବୋଲିଂ ଆଗରେ ବିରୋଧୀ ବ୍ୟାଟ୍ସମ୍ୟାନମାନେ ଅସହାୟ...

୧୪୭ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି, ଓଲି ପୋପ ବଡ଼ କାରନାମା

ନୂଆଦିଲ୍ଲୀ,୭।୯: ଇଂରାଜୀ ବ୍ୟାଟ୍ସମ୍ୟାନ ଓଲି ପୋପ ଏବେ ଚମତ୍କାର ଫର୍ମରେ ଅଛନ୍ତି। ସେ ଶ୍ରୀଲଙ୍କା ବିପକ୍ଷରେ ୧୦୩ ରନ୍‌ର ଇନିଂସ ଖେଳି ଅପରାଜିତ ଅଛନ୍ତି। ତେବେ...

ରାହୁଲ ଦ୍ରାବିଡଙ୍କ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୭।୯: ଶୁକ୍ରବାର ରାଜସ୍ଥାନ ରୟାଲ୍ସ ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡଙ୍କୁ ଏହାର ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିଛି। ବାସ୍ତବରେ, ଟି -୨୦ ବିଶ୍ୱକପ୍‌...

ପ୍ରବୀଣଙ୍କୁ ସ୍ବର୍ଣ୍ଣ

ପ୍ୟାରିସ୍‌, ୭।୯(ପି.ଟି.): ଭାରତର ପ୍ରବୀଣ କୁମାର ପ୍ୟାରିସ୍‌ ପାରାଲିମ୍ପିକ୍ସରେ ଶୁକ୍ରବାର ସ୍ବର୍ଣ୍ଣ ପଦକ ଜିତି ଦେଶକୁ ଗର୍ବିତ କରିଛନ୍ତି। ପୁରୁଷ ହାଇଜମ୍ପ ଟି୬୪ ଇଭେଣ୍ଟରେ ସେ...

ଲେଜେଣ୍ଡ୍ସ ଲିଗ୍‌ରେ ପ୍ରଥମ ଥର ଓଡ଼ିଶା ଟିମ୍ କୋଣାର୍କ ସୂର୍ଯ୍ୟ: ଇର୍ଫାନ୍‌ ପଠାନ କ୍ୟାପଟେନ୍‌

ପ୍ୟାରିସ୍‌,୬ା୯: ଲେଜେଣ୍ଡ୍ସ ଲିଗ୍‌ କ୍ରିକେଟରେ ଓଡ଼ିଶାର ପ୍ରଥମ ଦଳ ଭାବେ କୋଣାର୍କ ସୂର୍ଯ୍ୟ ସାମିଲ ହୋଇଛି। ଶୁକ୍ରବାର ଭୁବନେଶ୍ୱରରେ ଟିମ ଲଞ୍ଚ ହେବା ସହ, ସମସ୍ତ...

କେବେ ଦେଖି ନ ଥିବେ ଏମିତି ମ୍ୟାଚ୍‌: ଟି-୨୦ ବିଶ୍ୱକପ୍‌ କ୍ୱାଲିଫାୟର୍ସରେ ମାତ୍ର ୧୦ ରନ୍‌ରେ ଅଲଆଉଟ୍‌ ହେଲା ଏହି ଦଳ

ନୂଆଦିଲ୍ଲୀ,୬।୯: ମଙ୍ଗୋଲିଆ ଏବଂ ସିଙ୍ଗାପୁର ମଧ୍ୟରେ ମ୍ୟାଚ ଟି-୨୦ ବିଶ୍ୱକପ ଏସୀୟ କ୍ୱାଲିଫାୟର୍ସରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମଙ୍ଗୋଲିଆ ନାମରେ ଏକ ଲଜ୍ଜାଜନକ ରେକର୍ଡ ଯୋଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri