ଓଡ଼ିଶାରେ ଓମ୍‌ ବିର୍ଲା : ଓଡ଼ିଶାବାସୀ ପରିବର୍ତ୍ତନ ଚାହୁଁଛନ୍ତି

ଭୁବନେଶ୍ୱର,୧୫।୫: ଲୋକସଭା ବାଚସ୍ପତି ତଥା ଭାଜପା ନେତା ଓମ ପ୍ରକାଶ ବିର୍ଲା ବୁଧବାର ବାଲେଶ୍ୱରରେ ପହଞ୍ଚିଛନ୍ତି। ଦଳୀୟ ସମାବେଶକୁ ସମ୍ବୋଧନ କରି ବାଚସ୍ପତି ଓମ ବିର୍ଲା କହିଛନ୍ତି, ପୂର୍ବର ଭାରତ ଓ ବର୍ତ୍ତମାନର ଭାରତ ମଧ୍ୟରେ ଅନେକ ପରିବର୍ତ୍ତନ ଆସିଛି । ପୂର୍ବରୁ ଭାରତ ବିଭିନ୍ନ ସାମଗ୍ରୀ ପାଇଁ ବିଦେଶ ଉପରେ ନିର୍ଭର କରୁଥିଲା। ବର୍ତ୍ତମାନ ଦେଶ ଆତ୍ମନିର୍ଭରଶୀଳ ହୋଇ ପାରିଛି।

ବାଚସ୍ପତି ଆହୁରି କହିଛନ୍ତି, ଖେଳନାଠାରୁ ଆରମ୍ଭ କରି ମୋବାଇଲ ସବୁଥିରେ ଭାରତ ଅନ୍ୟ ଦେଶରୁ ଆମଦାନୀ କରୁଥିଲା । କିନ୍ତୁ ଏବେ ଭାରତ ମୋବାଇଲ ଇଣ୍ଡଷ୍ଟ୍ରିର ହବ୍‌ ପାଲଟିଛି। ଭାରତର ଯୁବଗୋଷ୍ଠୀଙ୍କ ବୌଦ୍ଧିକ କ୍ଷମତା ଯୋଗୁ ଭାରତରେ ବୈଜ୍ଞନିକ ଆବିଷ୍କାର ବଢି ଚାଲିଛି । ଏସବୁକୁ ବିଚାର କଲେ ଭାରତ ଆଗାମୀ ୧୦ ବର୍ଷରେ ଦୁନିଆର ସବୁଠୁ ଆଗୁଆ ଏକ୍ସପୋର୍ଟର ଭାବେ ଉଭା ହୋଇଛି।

ଦେଶରେ ମୋଦି ସରକାରଙ୍କ ସାମର୍ଥ୍ୟକୁ ବଖାଣିବା ପରେ ରାଜ୍ୟରେ ପରିବର୍ତ୍ତନ ପ୍ରସଙ୍ଗକୁ ଆସିଥିଲେ ବାଚସ୍ପତି। ଓଡ଼ିଶାବାସୀ ଏବେ ପରିବର୍ତ୍ତନ ଚାହୁଁଛନ୍ତି । ଓଡ଼ିଶାରେ ଥିବା ୨୫ ବର୍ଷର ସରକାର ରାଜ୍ୟ ପାଇ କିଛି କରିନାହାନ୍ତି। ଓଡ଼ିଶାରେ ଭାଜପା ସରକାର ଆସିଲେ ବିକାଶ ଆଗେଇବ ବୋଲି ବାଚସ୍ପତି କହିଛନ୍ତି।

Share