Categories: ଜାତୀୟ

ଓମ ବିର୍ଲା ନା ସୁରେଶ, କାହାକୁ ସମର୍ଥନ ଦେବେ ଜଗମୋହନ ରେଡ୍ଡୀ, କହିଦେଲେ…

ନୂଆଦିଲ୍ଲୀ,୨୬।୬:ଲୋକସଭା ବାଚସ୍ପତି ପଦ ବୁଧବାର ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ନ୍ୟାଶନାଲ ଡେମୋକ୍ରାଟିକ ଆଲାଇନ୍ସ (ଏନଡିଏ) ପ୍ରାର୍ଥୀ ତଥା ଭାଜପା ଏମପି ଓମ ବିର୍ଲାଙ୍କ ସହ କଂଗ୍ରେସର କେ ସୁରେଶଙ୍କ ସହ ଆଜି କଡ଼ା ମୁକାବିଲା ହେବାକୁ ଯାଉଛି।
ଏଭଳି ପରିସ୍ଥିତିରେ ଏନଡିଏ ଏବଂ ବିରୋଧୀ ଦଳ ଇଣ୍ଡିଆ ମଧ୍ୟରେ ଜୋରଦାର ପ୍ରତିଯୋଗିତା ହେବ ବୋଲି ସ୍ପଷ୍ଟ ହୋଇଛି। କିନ୍ତୁ ସଂସଦରେ ଅନେକ ଦଳ ଅଛନ୍ତି ଯେଉଁମାନେ କୌଣସି ମେଣ୍ଟର ଅଂଶ ନୁହଁନ୍ତି। ଏଭଳି ଏକ ଦଳ ହେଉଛି ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ YS ଜଗନ ମୋହନ ରେଡ୍ଡୀଙ୍କ ପାର୍ଟି ଓ୍ବାଇଏସଆରସି।

YSR କଂଗ୍ରେସ କାହାକୁ ସମର୍ଥନ ଜଣାଇବ ଏନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି। ରେଡ୍ଡୀ ଏନଡିଏ ପ୍ରାର୍ଥୀ ଓମ ବିର୍ଲାଙ୍କୁ ସମର୍ଥନ କରିପାରନ୍ତି। ଦଳର ଚାରିଜଣ ଲୋକ ସଭା ଏମପି ଅଛନ୍ତି। ତେବେ ଦଳର ରାଜମ୍ପେଟ ଏମପି ପିଭି ମିଡୁନ ରେଡ୍ଡୀ କହିଛନ୍ତି ଯେ, YSRCP ଏପର୍ଯ୍ୟନ୍ତ ଏହାର ନିଷ୍ପତ୍ତି ଘୋଷଣା କରିନାହିଁ। ନ୍ୟୁଜ ଏଜେନ୍ସି ପିଟିଆଇକୁ ସୂଚନା ଦେଇ ସେ କହିଛନ୍ତି, ସରକାରୀ ଭାବେ ଆମେ ଆମର ନିଷ୍ପତ୍ତି ଘୋଷଣା କରିନାହୁଁ କିନ୍ତୁ ଏନଡିଏ ପ୍ରାର୍ଥୀଙ୍କ ପାଇଁ ଆମର ସମର୍ଥନ ସ୍ବାଭାବିକ ଭାବେ ହେବ। ଏହା ବ୍ୟତୀତ YSRCP ଏମପି ବିରୋଧୀ ଇଣ୍ଡିଆ ମେଣ୍ଟ ସହିତ ଯୋଗାଯୋଗରେ ନାହାଁନ୍ତି ବୋଲି ମଧ୍ୟ କହିଛନ୍ତି।

ଅନ୍ୟ ଜଣେ ବରିଷ୍ଠ YSRCP ନେତା କହିଛନ୍ତି, ପୂର୍ବରୁ ଏନଡିଏର ନିଷ୍ପତ୍ତିକୁ ଦଳ କେବେ ବିରୋଧ କରି ନ ଥିଲା ଏବଂ ବର୍ତ୍ତମାନ ସମାନ ଷ୍ଟାଣ୍ଡ ମଧ୍ୟ ଗ୍ରହଣ କରାଯିବ। କହିରଖୁଛୁ କି, ଲୋକ ସଭା ବାଚସ୍ପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ବିରୋଧୀମାନେ ଶେଷ ମୁହୂର୍ତ୍ତରେ ନିଷ୍ପତ୍ତି ନେଇଥିଲେ ଯେତେବେଳେ ଭାଜପା ଡେପୁଟି ସ୍ପିକର ପଦ ପାଇଁ ଅରାଜି ହୋଇଥିଲା।

Share