Posted inଜାତୀୟ

ଚର୍ଚ୍ଚାରେ ଓମ ବିର୍ଲାଙ୍କ ଝିଅ, ଯୁପିଏସସି ପରୀକ୍ଷାକୁ ଫାଷ୍ଟ ଆଟେମ୍ପ୍ଟରେ କ୍ଲିଅର କରିବା ପରେ ହୋଇଥିଲେ ଟ୍ରୋଲ

ନୂଆଦିଲ୍ଲୀ,୨୮।୬: ଦେଶରେ ୧୮ତମ ଲୋକ ସଭା ଅଧିବେଶନ ଜାରି ରହିଛି। କୋଟାର ତୃତୀୟ ଥର ଏମପି ଓମ ବିର୍ଲା କ୍ରମାଗତ ଦ୍ୱିତୀୟ ଥର ପାଇଁ ଲୋକ ସଭା ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି। ଏହାରି ଭିତରେ ତାଙ୍କ ଝିଅ ଅଞ୍ଜଳି ବିର୍ଲା ମଧ୍ୟ ଆଲୋଚନାକୁ ଆସିଛନ୍ତି। ଅଞ୍ଜଳି ତାଙ୍କର ପ୍ରଥମ ପ୍ରୟାସରେ ୟୁପିଏସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ତାଙ୍କ ବାପା ସ୍ପିକର ହେବା ମାତ୍ରେ ସୋସିଆଲ ମିଡିଆରେ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

UPSC ୨୦୧୯ ଫଳାଫଳ ପ୍ରକାଶ ପାଇବା ପରେ, ଜଣେ ପରିକ୍ଷାର୍ଥୀଙ୍କୁ ବହୁତ ଟ୍ରୋଲ କରାଯାଇଥିଲା। ସେ ହେଲେ ଅଞ୍ଜଳି ବିର୍ଲା। ଲୋକ ସଭା ବାଚସ୍ପତି ଓମ ବିର୍ଲାଙ୍କ ଝିଅ ଅଞ୍ଜଳି ସେତେବେଳେ ନିଜେ ଉଦ୍ୟମରେ ପ୍ରଥମ ପ୍ରୟାସରେ ୟୁପିଏସସି କ୍ଲିଅର କରିଥିଲେ ମଧ୍ୟ ଟ୍ରୋଲରଙ୍କ ଟାର୍ଗେଟକୁ ଆସିଥିଲେ। ଏପରିକି ଅନେକ ନ୍ୟୁଜ ୱେବସାଇଟ ତାଙ୍କ UPSC ରେଜଲ୍ଟକୁ ଯାଞ୍ଚ କରିଥିଲେ।

ଅଞ୍ଜଳି ବାଚସ୍ପତି ଓମ ବିର୍ଲାଙ୍କ ସାନ ଝିଅ। ସେ କୋଟାର ସୋଫିଆ ସ୍କୁଲରେ ଦ୍ୱାଦଶ ଶ୍ରେଣୀ ଯାଏଁ ଅଧ୍ୟୟନ କରିଛନ୍ତି। ଏହା ପରେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ରାମଜାସ କଲେଜରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ କରିଛନ୍ତି। ଅଞ୍ଜଳି କଲେଜରେ ପଢୁଥିବା ସମୟରେ UPSC ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ସେ ପ୍ରଥମ ପ୍ରୟାସରେ UPSC ସିଭିଲ ସର୍ଭିସେସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ସିଭିଲ ସର୍ଭିସ ଅଫିସର ଅଞ୍ଜଲି ବିର୍ଲା ବର୍ତ୍ତମାନ କେନ୍ଦ୍ର ରେଳ ମନ୍ତ୍ରଣାଳୟରେ କାର୍ଯ୍ୟ କରୁଛନ୍ତି।

ଯେତେବେଳେ ଅଞ୍ଜଳି ତାଙ୍କ ପିତାମାତାଙ୍କୁ ସିଭିଲ ସର୍ଭିସରେ ଯୋଗଦେବା ନିଷ୍ପତ୍ତି ବିଷୟରେ କହିଥିଲେ ସେତେବେଳେ ସେମାନେ ବହୁତ ଖୁସି ହୋଇଥିଲେ। ଲୋକ ସଭା ବାଚସ୍ପତି ଓମ ବିର୍ଲା ମଧ୍ୟ ତାଙ୍କ ଝିଅର ପ୍ରତ୍ୟେକ ପଦକ୍ଷେପରେ ସମର୍ଥନ କରୁଥିଲେ। ଅଞ୍ଜଳି ଏକ ଗଣମାଧ୍ୟମକୁ ସାକ୍ଷାତକାରରେ କହିଛନ୍ତି ଯେ, ତାଙ୍କ ପିତାଙ୍କ ଜନସେବା ଦ୍ୱାରା ଅନୁପ୍ରାଣିତ ହେବା ପରେ ହିଁ ସେ ଏହି କ୍ଷେତ୍ରରେ ପ୍ରବେଶ କରିବାକୁ ସାହସ ଜୁଟାଇ ପାରିଥିଲେ। ଏହି ଯାତ୍ରାରେ ତାଙ୍କ ବଡ଼ ଭଉଣୀ ଆକାକ୍ଷାଂ ମଧ୍ୟ ତାଙ୍କୁ ବହୁତ ସାହାଯ୍ୟ କରିଥିଲେ। ସମସ୍ତଙ୍କ ପ୍ରେରଣା ସହିତ ହିଁ ସେ ଦୁନିଆର ସବୁଠାରୁ କଠିନ ପରୀକ୍ଷା ମଧ୍ୟରୁ CSE ପାଇଁ ପ୍ରସ୍ତୁତ ହୋଇପାରିଥିଲେ।

ଅଞ୍ଜଳି ୨୦୧୯ରେ UPSC ସିଭିଲ ସର୍ଭିସେସ ପରୀକ୍ଷା ଦେଇଥିଲେ। UPSC ମେନ୍ସ ପରୀକ୍ଷାରେ ସେ ୭୭୭ ମାର୍କ ରଖିବା ସହ ସାକ୍ଷାତକାରରେ ୧୭୬ ମାର୍କ (UPSC CSE 2019) ପାଇଥିଲେ । UPSC 2019 ପରୀକ୍ଷାରେ ତାଙ୍କର ମୋଟ ମାର୍କ ୯୫୩ ଥିଲା। ଯାହା କି ସେ ତାଙ୍କର ପ୍ରଥମ ପ୍ରୟାସ ଟପ୍‌ କରିଥିଲେ।

୨୦୨୦ରେ UPSC ରିଜର୍ଭ ତାଲିକା ପ୍ରକାଶ ପାଇବା ପରେ ଅଞ୍ଜଳିଙ୍କୁ ବହୁତ ଟ୍ରୋଲର ଶିକାର ହେବାକୁ ପଡିଥିଲା। ସେ ଏହି ସବୁ ଅଭିଯୋଗକୁ ଭିତ୍ତିହୀନ ପ୍ରମାଣ କରିଥିଲେ। ଇନଷ୍ଟାଗ୍ରାମରେ ଅନେକ ପୋଷ୍ଟ ଏବଂ ଭିଡିଓ ମାଧ୍ୟମରେ ସେ ତାଙ୍କ ପ୍ରସ୍ତୁତି ବିଷୟରେ କହିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ରୋହିତ ଶର୍ମାଙ୍କ ଅବସରକୁ ନେଇ ମା’ କଲେ ବଡ଼ ଖୁଲାସା: କହିଲେ ଏମିତି କଥା

ନୂଆଦିଲ୍ଲୀ,୬।୭: ୨୦୨୪ ଟି-୨୦ ବିଶ୍ୱକପ ଜିତିବା ପରେ ରୋହିତ ଶର୍ମା ଟି-୨୦ କ୍ରିକେଟରୁ ଅବସର ଘୋଷଣା କରିଥିଲେ। କିନ୍ତୁ ଲୋକଙ୍କ ମନରେ ଏକ ପ୍ରଶ୍ନ ଉଠିଛି...

ପ୍ରବଳ ବର୍ଷା, ୨୪ ଘଣ୍ଟାରେ ଘଡ଼ଘଡ଼ିରେ ୯ ଜଣଙ୍କ ମୃତ୍ୟୁ

ପାଟନା, ୦୬।୦୭: ପ୍ରବଳ ବର୍ଷା କାରଣରୁ ବିହାରର କିଛି ଜିଲା ଜଳାର୍ଣ୍ଣବ ହୋଇଛି । ବର୍ଷା ସହିତ ବିଜୁଳି ଘଡ଼ଘଡ଼ି ମଧ୍ୟ ହୋଇଛି । ଫଳରେ...

‘ପ୍ରଧାନମନ୍ତ୍ରୀ-ଶିକ୍ଷାମନ୍ତ୍ରୀ ଅସମ୍ବେଦନଶୀଳ’, ସରକାରଙ୍କୁ ଟାର୍ଗେଟ କଲେ ଜୟରାମ

ନୂଆଦିଲ୍ଲୀ,୬।୭: ନିଟ ୟୁଜି ପରୀକ୍ଷା ସହିତ ଜଡିତ ଏକ ବଡ ଅପଡେଟ ଆସିଛି। ସ୍ନାତକୋତ୍ତର ମେଡିକାଲ ପାଠ୍ୟକ୍ରମରେ ଆଡମିଶନ ପାଇଁ ନିଟ ୟୁଜି କାଉନସିଲିଂକୁ ସ୍ଥଗିତ...

ପୋଷ୍ଟପୋନ ହେଲା ନିଟ ୟୁଜି କାଉନସେଲିଂ, ଶୀଘ୍ର ଘୋଷଣା ହେବ ନୂଆ ତାରିଖ

ନୂଆଦିଲ୍ଲୀ,୬।୭: ନିଟ ୟୁଜି ୨୦୨୪ର କାଉନସେଲିଂକୁ ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛ। ଏଥିପାଇଁ ଅଲ ଇଣ୍ଡିଆ କୋଟା (ଏଆଇକ୍ୟୁ) ସିଟ କାଉନସେଲିଂ ଶନିବାର ଅର୍ଥାତ୍‌...

ଅଗ୍ନିବୀର vs ଯବାନ: ମିଳେ କେତେ ଦରମା, ଶହୀଦ ପରେ ମିଳିଥାଏ କି ସୁବିଧା

ନୂଆଦିଲ୍ଲୀ,୬।୭: ଦେଶରେ ଅଗ୍ନିବୀର ଯୋଜନାକୁ ନେଇ ଜାତୀୟ ରାଜନୀତି ଉଠୁଛି ପଡୁଛି। ଏହି ଯୋଜନାକୁ ସରକାର ଦେଶ ପାଇଁ ଲାଭକାରୀ କହୁଥିବାବେଳେ ବିରୋଧୀ ଲଗାତାର ଏହାକୁ...

ଲାଲୁଙ୍କୁ ଟାର୍ଗେଟ କଲେ ଚିରାଗ

ନୂଆଦିଲ୍ଲୀ,୬।୭: ରାଷ୍ଟ୍ରୀୟ ଜନତା ଦଳର ୨୮ତମ ପ୍ରତିଷ୍ଠା ଦିବସରେ ଲାଲୁ ଯାଦବ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ କେନ୍ଦ୍ର ସରକାର ଦୁର୍ବଳ ଏବଂ...

ମୁଁ ବିଶ୍ୱରେ ଅଛି, ଗିରଫ କରିବା କଥା ଯଦି ଆସନ୍ତୁ, ଚ୍ୟାଲେଞ୍ଜ ଦେଲେ ମହୁଆ

କୋଲକାତା,୬।୭: ଟିଏମସି ଏମପି ମହୁଆ ମୋଇତ୍ର ବର୍ତ୍ତମାନ ଏକ ନୂଆ ଅସୁବିଧାରେ ପଡ଼ିଛନ୍ତି। ନ୍ୟାସନାଲ କମିଶନ ଫର ଓମେନ (ଏନସିଡବ୍ଲୁ) ଅଧ୍ୟକ୍ଷ ରେଖା ଶର୍ମାଙ୍କ ବିରୋଧରେ...

ମାତ୍ର ୧୦ଟଙ୍କା ନିବେଶ କରି ହେବେ ମାଲାମାଲ, ଆବଶ୍ୟକ ସମୟରେ ମିଳିବ ୧୬ ଲକ୍ଷ

ନୂଆଦିଲ୍ଲୀ,୬।୭: ଯେଉଁମାନେ ସବୁବେଳେ ଭବିଷ୍ୟତ ବିଷୟରେ ଚିନ୍ତିତ, ସେମାନଙ୍କୁ ଏହି ଖବର ଆଶ୍ୱସ୍ତି ଦେଇପାରେ। କାରଣ ଡାକଘର ଯୋଜନା ଆପଣଙ୍କୁ ଆବଶ୍ୟକ ସମୟରେ ୧୬ଲକ୍ଷ ଟଙ୍କା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri