Categories: ଜାତୀୟ

ଜେଲ୍‌ରୁ ମୁକୁଳିଲେ ଓମ ପ୍ରକାଶ

ନୂଆଦିଲ୍ଲୀ,୨ ।୭: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଇଣ୍ଡିଆନ ନ୍ୟାଶନାଲ ଲୋକଦଳର ଅଧ୍ୟକ୍ଷ ଓମ ପ୍ରକାଶ ଚୌତାଲା ଏକ ଘୋଟାଲା ମାମଲାରେ ସଜା କାଟୁଥିବା ବେଳେ ଏହା ପୂରଣ ହେବା ପରେ ଶୁକ୍ରବାର ସେ ତିହାର ଜେଲରୁ ମୁକୁଳିଛନ୍ତି । ଦିଲ୍ଲୀ-ହରିୟାଣା ସୀମାରେ ଦଳର କର୍ମୀମାନେ ତାଙ୍କୁ ସ୍ୱାଗତ କରିଛନ୍ତି । ସୂଚନାଯୋଗ୍ୟ, ଶୁକ୍ରବାର ସକାଳ ପ୍ରାୟ ୯ଟା ୩୦ ମିନିଟରେ ସେ ତିହାର ଜେଲ ପହଞ୍ଚିଥିଲେ । ସମସ୍ତ କାଗଜ ପତ୍ର କାମ ସରିବା ପରେ ସେ ମୁକୁଳିବା ଫର୍ମରେ ଦସ୍ତଖତ କରିଥିଲେ । ଏହି ସମୟରେ ତାଙ୍କ ନାତି କର୍ଣ୍ଣ ଚୌତାଲା ତାଙ୍କ ସହ ଉପସ୍ଥିତ ଥିଲେ । ଜେଲରୁ ମୁକୁଳିବା ପରେ ଓମ ପ୍ରକାଶ ତାଙ୍କ ଗୁରୁଗ୍ରାମ ସ୍ଥିତ ବାସଭବନ ଅଭିମୁଖେ ଯାତ୍ରା କରିଥିଲେ । ଏହି ସମୟରେ ଦିଲ୍ଲୀ-ଗୁରୁଗ୍ରାମ ସୀମାରେ ବି ତାଙ୍କୁ ହଜାର ହଜାର କର୍ମୀ ସ୍ୱାଗତ ଜଣାଇଥିଲେ ।

Share