Categories: ଜାତୀୟ

ଭାଜପାକୁ ଝଟ୍‌କା ଦେବାକୁ ପ୍ରସ୍ତୁତ ହେଉଛନ୍ତି ଓମ ପ୍ରକାଶ ରାଜଭର!

ଲକ୍ଷ୍ନୌ,୨୦।୮: ଉତ୍ତରପ୍ରଦେଶର ପ୍ରସିଦ୍ଧ ସୁହେଲଦେବ ଭାରତୀୟ ସମାଜ ପାର୍ଟି ଜାତୀୟ ସ୍ତରରେ ନିଜର ଉପସ୍ଥିତି ବଢାଇବା ଆରମ୍ଭ କରିଛି। ଯଦିଓ ସୁହେଲଦେବ ଭାରତୀୟ ସମାଜ ପାର୍ଟିର ୧୩ଟି ରାଜ୍ୟରେ ସଂଗଠନ ଅଛି, କିନ୍ତୁ ବର୍ତ୍ତମାନ ପ୍ରଥମ ଥର ପାଇଁ ମହାରାଷ୍ଟ୍ରର ମୁମ୍ବାଇରେ ଉତ୍ତରପ୍ରଦେଶ ବାହାରେ ଦଳ ନିଜର ଜାତୀୟ ସମ୍ମିଳନୀ ଆୟୋଜନ କରିବାକୁ ଯାଉଛି। ଏହି ସମ୍ମିଳନୀ ୨୧ ଓ ୨୨ଅଗଷ୍ଟରେ ଭାରତରତ୍ନ ସୂରସାମ୍ରାଜ୍ଞୀ ଲତା ମଙ୍ଗେଶକର ନାଟ୍ୟ ଗୃହ, ମୁମ୍ବାଇର ମୀରା ଭାଇଦର ମ୍ୟୁନିସିପାଲିଟି କର୍ପୋରେସନ ଠାରେ ଅନୁଷ୍ଠିତ ହେବ। ଯେଉଁଥିରେ ୧୩ ଟି ରାଜ୍ୟର ଅଧିକାରୀମାନେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି। ଏହି ସମ୍ମିଳନୀରେ ମହାରାଷ୍ଟ୍ରର ବିଭିନ୍ନ ଜାତି ସଂଗଠନର ପ୍ରତିନିଧୀଙ୍କ ସହ ଆଲୋଚନା ହେବ।
ଉତ୍ତରପ୍ରଦେଶ ବାହାରେ ସୁହେଲଦେବ ଭାରତୀୟ ସମାଜ ପାର୍ଟିର ଏହା ହେଉଛି ପ୍ରଥମ ସମ୍ମିଳନୀ। ୨୦୦୨ରେ ଗଠିତ ଏହି ଦଳ ବର୍ତ୍ତମାନ ପର୍ଯ୍ୟନ୍ତ ଲକ୍ଷ୍ନୌ, ବାରାଣାସୀ, ମାଉ, ବଲିଆ ସମେତ ଉତ୍ତରପ୍ରଦେଶର ବିଭିନ୍ନ ଜିଲାରେ ଅଧିବେଶନ କରିଆସୁଛି। ଏହି ସମ୍ମିଳନୀରେ ଅନେକ ବିଷୟ ଉପରେ ଆଲୋଚନା ହେବ ଯେଉଁଥିରେ ସ୍ଥାନୀୟ ରାଜ୍ୟର ପ୍ରତିନିଧୀମାନେ ସେଠାରେ ସାମ୍ପ୍ରତିକ ପରିସ୍ଥିତି ଏବଂ ଆଗାମୀ ନିର୍ବାଚନରେ ସେଠାରେ ମିଳିତ ମଞ୍ଚର ପରିସ୍ଥିତି ବିଷୟରେ ଆଲୋଚନା କରିବେ। ଆଗାମୀ ଦିନରେ ଦିଲ୍ଲୀ, ମହାରାଷ୍ଟ୍ର, ବିହାର, ଝାଡ଼ଖଣ୍ଡ, ହରିୟାଣା, ଜମ୍ମୁ-କଶ୍ମୀରରେ ନିର୍ବାଚନ ଲଢିବାକୁ ଦଳ ଚାହୁଁଛି। ଏହି ବୈଠକରେ ଏହା ଉପରେ ବିସ୍ତୃତ ରଣନୀତି ମଧ୍ୟ କରାଯିବ।

Share