ଓଡ଼ିଆ ପୁଅଙ୍କୁ ଅନ୍ତର୍ଜାତୀୟ ନେତୃତ୍ୱ: ଜି-୨୦ ଯୁବଗୋଷ୍ଠୀ କୋଷାଧ୍ୟକ୍ଷ ଭାବେ ଓମ୍‌ ପ୍ରିୟଦର୍ଶୀ ମନୋନୀତ

ଭୁବନେଶ୍ୱର,୯।୧୨(ବ୍ୟୁରୋ): ଭାରତ ଅଧ୍ୟକ୍ଷତାରେ ହେବାକୁ ଯାଉଥିବା ଜି-୨୦ ସମ୍ମିଳନୀରେ ଓଡ଼ିଆ ପୁଅ ଓମ୍‌ ପ୍ରିୟଦର୍ଶୀ ଛୋଟରାୟଙ୍କୁ ଗୁରୁ ଦାୟିତ୍ୱ ମିଳିଛି। ସେ ପ୍ରମୁଖ ୧୯ ରାଷ୍ଟ୍ର ଓ ୟୁରୋପୀୟ ରାଷ୍ଟ୍ରସଂଘକୁ ନେଇ ଗଠିତ ଯୁବଗୋଷ୍ଠୀ (youth ୨୦)ର କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି। ଓମ ଆଗାମୀ ବର୍ଷ ଭାରତ ଓ ଅନ୍ୟ ଜି-୨୦ ରାଷ୍ଟ୍ରଗୁଡିକରେ ଆୟୋଜିତ ହେବାକୁ ଯାଉଥିବା ବିଭିନ୍ନ ପ୍ରାକ୍‌ ସମ୍ମିଳନୀ, ଯୁବ ସଂଗୋଷ୍ଠୀ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବୈଶ୍ବିକ ସମସ୍ୟାର ସମାଧାନ ନିମିତ୍ତ କାର୍ଯ୍ୟଶାଳାର ପରିଚାଳନା କରିବେ। ଓଡ଼ିଶାରେ ମଧ୍ୟ ଜି-୨୦ ର ଏଜେଣ୍ଡାକୁ ନେଇ ବିଶ୍ୱବିଦ୍ୟାଳୟ, ସରକାରୀ ଅନୁଷ୍ଠାନ ଓ ସାମାଜିକ ସଙ୍ଗଠନ ମାଧ୍ୟମରେ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି।

ଓମ୍‌ କହିଛନ୍ତି, ଭାରତର ଜି-୨୦ ସଂଗଠନର ଅଧ୍ୟକ୍ଷତା ଏକ ସାର୍ବଜନୀନ ଏକତ୍ୱର ଚିନ୍ତାଧାରାକୁ ପ୍ରୋତ୍ସାହିତ କରିବା ଦିଗରେ କାର୍ଯ୍ୟ କରିବ। ତେଣୁ ଆମର ମୂଳ ପ୍ରସଙ୍ଗ ହେଉଛି ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ। ଏହା କେବଳ ଏକ ସ୍ଲୋଗାନ ନୁହେଁ। ଏହା ସମ୍ପ୍ରତି ମାନବୀୟ ପରିସ୍ଥିତିରେ ଘଟୁଥିବା ପରିବର୍ତ୍ତନକୁ ମଧ୍ୟ ପ୍ରଦର୍ଶିତ କରୁଛି ଯାହାକୁ ଆମେ ସାମୂହିକ ଭାବେ ସୀକାର କରିବାରେ ବିଫଳ ହୋଇଛୁ। ଆଜି ଆମେ ଜଳବାୟୁ ପରିବର୍ତ୍ତନ, ଆତଙ୍କବାଦ ଏବଂ ବୈଶ୍ୱିକ ମହାମାରୀ ପରି ଯେଉଁ ବୃହତ୍ ବିପଦର ସାମ୍ନା କରୁଛୁ ତାହା ପରସ୍ପର ମଧ୍ୟରେ ବିବାଦରେ ଲିପ୍ତ ରହିଲେ କଦାପି ସମାଧାନ କରିହେବନାହିଁ, ବରଂ ମିଳିତ ଭାବେ ସେସବୁର ମୁକାବିଲା କରିବା ଆବଶ୍ୟକ।

ତେବେ ଏନ୍‌ଆଇଟି ରାଉରକେଲାରୁ ସ୍ନାତକୋତ୍ତର ହାସଲ କରିଥିବା ଓମ୍‌ ଭାରତର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶ୍ରେଷ୍ଠ ଯୁବ ଲେଖକ ଭାବେ ସମ୍ମାନୀତ ହୋଇ ସାରିଛନ୍ତି। ଖୋର୍ଦ୍ଧାର ଜଣେ ଛାତ୍ରନେତା ଭାବେ ପରିଚିତ ଥିବା ଓମ୍‌ଙ୍କୁ ଏକ ଅନ୍ତର୍ଜାତୀୟ ନେତୃତ୍ୱ ମିଳିଥିବାରୁ ଅଞ୍ଚଳବାସୀ ଖୁସିବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଛରେ ପିଟିଲା ସ୍କର୍ପିଓ, ଚାଲିଗଲା ୩ ଜୀବନ

କୁଆଁରମୁଣ୍ଡା,୨୬ା୪(ମହେନ୍ଦ୍ର କୁମାର ସାହୁ): ଝାଡ଼ଖଣ୍ଡ ରାଜ୍ୟ ଚତରାରେ ଶନିବାର ଏକ ସ୍କର୍ପିଓ ରାସ୍ତା ପାଶର୍‌ବରେ ଥିବା ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ସୁନ୍ଦରଗଡ଼...

କାଳବୈଶାଖୀ ତାଣ୍ଡବ: ଉପୁଡ଼ିଲା ଗଛ, ଅନ୍ଧାରରେ ଗାଁ

ନନ୍ଦପୁର,୨୫।୪(ତୁଷାରକାନ୍ତ ମହାନ୍ତି): ନବରଙ୍ଗପୁର ଜିଲା ନନ୍ଦପୁରରେ ଶନିବାର କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ହୋଇ ଏକାଧିକ ଗଛ ଉପୁଡ଼ି ରାସ୍ତା ଅବରୋଧ...

ନାବାଳିକାଙ୍କୁ ବଳାତ୍କାର: ଫେରାର ଅଭିଯୁକ୍ତ ଗିରଫ

ଜୟପୁର,୨୬ା୪(ପବନ ପାଣିଗ୍ରାହୀ)- ନାବାଳିକା ବଳାତ୍କାର ମାମଲାର ଫେରାର ଅଭିଯୁକ୍ତଙ୍କୁ ଶନିବାର ଜୟପୁର ମହିଳା ପୋଲିସ ଗିରଫ କରିଛି। ଅଭିଯୁକ୍ତ ହେଲେ ଘେନୁ ହନ୍ତାଳ। ମିଳିଥିବା ସୂଚନା...

ମୌଳିକ ସେବା ଅପହଞ୍ଚ: ଚଟାଣରେ ଚିକିତ୍ସା, ହାତରେ ସାଲାଇନ

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ରହିଥିବା ସହରାଞ୍ଚଳ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ସର୍ବନିମ୍ନ ମୌଳିକା ସୁବିଧା ସୁଯୋଗ ଅପହଞ୍ଚ ହୋଇପଡ଼ିଛି। ଏଠାରେ ଡାକ୍ତର ଅଭାବ ନିତିଦିନିଆ...

ମନ୍ଦାକିନୀଙ୍କ ଉପରେ ପୁଣି ଭରଷା କଲା କଂଗ୍ରେସ

ଭବାନୀପାଟଣା,୨୬ା୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରର ସାମାଜିକ କର୍ମୀ ମନ୍ଦାକିନୀ ବାଣୁଆ ପୁଣି ଥରେ ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦିକା ଭାବେ...

ବାହାଘର ଭୋଜିରେ ଅଘଟଣ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଜଣଙ୍କ ଜୀବନ, ଜଣେ ଗୁରୁତର

ଫୁଲବାଣୀ,୨୬।୪(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଟିକାବାଲି ଥାନା ଅଧୀନ କଇଁଝର ପଞ୍ଚାୟତ କୁଟିଗଡ଼ ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଅନ୍ୟ...

ଚେନ୍ନାଇର ପ୍ରଦର୍ଶନକୁ ନେଇ ମୁହଁ ଖୋଲିଲେ ଧୋନୀ

ଚେନ୍ନାଇ,୨୬ା୪: ଚଳିତ ଆଇପିଏଲ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ) ଦଳର ନୈରାଶ୍ୟଜନକ ପ୍ରଦର୍ଶନ ଲାଗି ଅସହାୟତା ପ୍ରକାଶ କରିବା ସହ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କହିଛନ୍ତି...

ଅଡୁଆରେ ରେହମାନ, ନୋଟିସ ପରେ ୨ କୋଟି ଟଙ୍କାର ଜରିମାନା ଲଗାଇଲେ ହାଇକୋର୍ଟ

ମୁମ୍ବାଇ: ନୂଆ ଅଡ଼ୁଆରେ ଫସିଛନ୍ତି ଖ୍ୟାତନାମା ସଂଗୀତକାର ଏ ଆର୍‌ ରେହମାନ। ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ଦୁଇ ବର୍ଷ ପୁରୁଣା ଫିଲ୍ମ ‘ପୋନ୍ନିୟିନ ସେଲଭନ ୨’ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image