ଚର୍ଚ୍ଚାରେ ଦକ୍ଷିଣ ଆଫ୍ରିକାର ହିନ୍ଦୁ କ୍ରିକେଟର, ‘ଓଁ’ ଲେଖାଥିବା ବ୍ୟାଟ ନେଇ ଆସିଲେ ବ୍ୟାଟିଂ ଆଉ…

ଧର୍ମଶାଳା, ୧୮/୧୦: ଭାରତରେ ଚାଲିଥିବା ଆଇସିସି କ୍ରିକେଟ ବିଶ୍ୱକପରେ ମଙ୍ଗଳବାର ଦେଖିବାକୁ ମିଳିଛି ଆଉ ଏକ ବଡ଼ ବିପର୍ଯ୍ୟୟ। ଟୁର୍ଣ୍ଣାମେଣ୍ଟର ୧୫ ତମ ମ୍ୟାଚରେ ନେଦରଲ୍ୟାଣ୍ଡସ୍ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ୩୮ ରନରେ ପରାସ୍ତ କରିଛି। ତେବେ ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକାର ନୈରାଶ୍ୟଜନକ ପ୍ରଦର୍ଶନ ବ୍ୟତୀତ ୯ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ହିନ୍ଦୁ କ୍ରିକେଟର କେଶବ ମହାରାଜଙ୍କ ଚର୍ଚ୍ଚା ମଧ୍ୟ ଜୋରଦାର ହେଉଛି।

କେଶବଙ୍କ ବ୍ୟାଟରେ ‘ଓଁ’ ଲେଖାଥିବା ଦେଖିବାକୁ ମିଳିଥିଲା, ଯାହାକୁ ନେଇ ଚର୍ଚ୍ଚା ବଢିଛି। ଦକ୍ଷିଣ ଆଫ୍ରିକାର ଏହି ଖେଳାଳି ପୂର୍ବରୁ ମଧ୍ୟ ଏପରି ଅନେକ ଥର ଏହି କାରନାମା କରି ସାରିଛନ୍ତି। ବର୍ତ୍ତମାନ ତାଙ୍କ ବ୍ୟାଟର ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି।

ତେବେ ଏହି ମ୍ୟାଚ ପୂର୍ବରୁ ଦକ୍ଷିଣ ଆଫ୍ରିକା ଟିମ୍ ଖୁବ ଦୁର୍ଦଶ ଅନୁଭବ ହେଉଥିଲା। କିନ୍ତୁ ଧର୍ମଶାଳାର ଶୀତୁଆ ପାଗରେ ବର୍ଷା ବାଧାପ୍ରାପ୍ତ ମ୍ୟାଚକୁ ୪୩ ଓଭରକୁ ହ୍ରାସ କରାଯାଇଥିଲା। ନେଦରଲ୍ୟାଣ୍ଡସ୍ ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ଆଗରେ ୨୪୬ ରନର ଟାର୍ଗେଟ ସ୍ଥିର କରିଥିଲା। ତେବେ ୨୦୭ ରନର ଟାର୍ଗେଟକୁ ପିଛା କରି ୨୦୭ ରନରେ ଅଲଆଉଟ ହୋଇଯାଇଥିଲା।

 

Share