ସ୍ବାମୀଙ୍କୁ କୁକୁର ବେଲ୍ଟରେ ବାନ୍ଧି ବୁଲାଇବାକୁ ନେଲେ ସ୍ତ୍ରୀ, କାରଣ ଜାଣିଲେ…

ଜଣେ ମହିଳା କରୋନା କଟକଣାରୁ ରକ୍ଷା ପାଇବା ପାଇଁ ଏକ ନିଆରା ପଦକ୍ଷେପ ନେଇ ଚର୍ଚ୍ଚାରେ। ମହିଳା ଜଣକ ସ୍ବାମୀଙ୍କୁ କୁକୁର ପରି ବାନ୍ଧି ବୁଲିବାକୁ ନେଇଗଲେ। ପରେ ତେବେ ଧରାପଡବାରୁ ଏହି ଦମ୍ପତିଙ୍କୁ ୧ ଲକ୍ଷ ୭୫ ହଜାର ଟଙ୍କା ଜରିମାନା କରାଯାଇଥିଲା। ଏପରି ଏକ ଘଟଣା ଘଟିଛି କାନାଡ଼ାର କ୍ୟୁବେକରେ। ସେଠାରେ କରୋନା ଯୋଗୁ ରାତି ୮ ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ କଫ୍ୟୁ ଲାଗୁ କରାଯାଇଛି। ତେବେ କେବଳ କୁକୁରକୁ ଚାଲିବାକୁ ଅନୁମତି ଦିଆଯାଇଛି। ଏ ନେଇ ଜଣେ ୨୪ ବର୍ଷୀୟା ମହିଳା ୪୦ ବର୍ଷୀୟ ସ୍ବମୀଙ୍କୁ ଦଉଡିରେ ବାନ୍ଧି ବୁଲେଇବାକୁ ନେଇଥିଲେ। ଯେତେବେଳେ ମହିଳା ଜଣକ ପୋଲିସ ହାତରେ ଧରା ପଡ଼ିଲେ, ସେ ନିଜକୁ ରକ୍ଷା କରିବାକୁ ଯାଇ କହିଲେ ସେ କୁକୁର ବୁଲାଉଛନ୍ତି । ପରେ ପୋଲିସ ସ୍ବାମୀ ଓ ସ୍ତ୍ରୀଙ୍କ ଉପରେ ପ୍ରାୟ ୮୭ ହଜାର ଟଙ୍କା ଜରିମାନା କରିଥିଲେ।

Share