Categories: ଜାତୀୟ

ପତ୍ନୀଙ୍କଠାରୁ ଶୀଘ୍ର ଅଲଗା ହେବାକୁ ଚାହୁଁଛନ୍ତି ଓମାର ଅବଦୁଲ୍ଲା

ନୂଆଦିଲ୍ଲୀ,୧୯ ।୨: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲାଙ୍କ ବୈବାହିକ ବିବାଦ ମାମଲା ଦିଲ୍ଲୀ ହାଇକୋର୍ଟରେ ଚାଲିଛି । କାରଣ ଓମାରଙ୍କ ପତ୍ନୀ ପାୟଲ ଅବଦୁଲ୍ଲାଙ୍କ ଓକିଲ ଭିଡିଓ କନଫରେନ୍ସିଂ ଜରିଆରେ ଶୁଣାଣିକୁ ନେଇ ସହମତି ପ୍ରକାଶ କରୁନାହାନ୍ତି । ଇତିମଧ୍ୟରେ ଓମାର ଅବଦୁଲ୍ଲା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏପ୍ରିଲ ୭ରେ ଭିଡିଓ କନଫରେନସିଂ ଜରିଆରେ ଖୁବ୍‌ଶୀଘ୍ର ଏହି ମାମଲାର ଶୁଣାଣି ହୋଇଯିବ ବୋଲି ଦିଲ୍ଲୀ ହାଇକୋର୍ଟ କହିଥିବା ବେଳେ ଏହାକୁ ନେଇ ଏବେ ଓମାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏହାପରେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏସ୍‌ଏ ବୋବଡେ, ବିଚାରପତି ଏଏସ୍ ବୋପନ୍ନା ଓ ବିଚାରପତି ବି ରାମସୁବ୍ରମଣ୍ୟମଙ୍କ ପୀଠ ଦିଲ୍ଲୀ ହାଇକୋର୍ଟର ରେଜିଷ୍ଟ୍ରାର ଜେନରାଲ ନୋଟିସ ଜାରି କରି ଏହାର ଜବାବ ମାଗିଛନ୍ତି ।

Share