Categories: ଜାତୀୟ

ଥରିଲା ଉତ୍ତର ଭାରତ: କମ୍ବଳ ନେଇ ଦୌଡିଲେ ଉମର ଅବଦୁଲ୍ଲା

ନୂଆଦିଲ୍ଲୀ,୧୩ ।୨: ଦିଲ୍ଲୀ-ଏନ୍‌ସିଆର୍ ସମେତ ସମ୍ପୂର୍ଣ୍ଣ ଉତ୍ତର ଭାରତ ଶୁକ୍ରବାର ରାତିରେ ଭୂକମ୍ପ ଝଟ୍‌କାରେ ଥରି ଉଠିଥିଲା । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୬.୩ ଥିବା ଜଣାପଡିଥିଲା । ଏହାର କେନ୍ଦ୍ରସ୍ଥଳ ତାଜିକିସ୍ତାନର ଭୂମିଠାରୁ ପାଖାପାଖି ୯୦ କିଲୋମିଟର ଗଭିରରେ ଥିଲା । ତେବେ ଭୂକମ୍ପ ପ୍ରଭାବରେ ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ବାହାରି ଆସିଥିଲେ । ଏହି ସମୟରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଭିଡିଓ କନଫରେନ୍ସିଂ ଜରିଆରେ ସିକାଗୋ ବିଶ୍ୱବିଦ୍ୟାଳୟର ଛାତ୍ରଙ୍କ ସହ କଥା ହେଉଥିଲେ । ଆଉ ଭୂକମ୍ପ ହେବା ପରେ ରାହୁଲ କହିଥିଲେ କୋଠରି ଦୋହଲୁଛି ବୋଲି । ଅନ୍ୟପଟେ ନ୍ୟାଶନାଲ କନଫରେନ୍ସ ନେତା ଉମର ଅବଦୁଲ୍ଲା ଭୂକମ୍ପ ହେଉଥିବା ଜାଣିପାରି ଘର ବାହାରକୁ ବାହାରି ଆସିଥିଲେ । ଏହାପରେ ଏବେ ସେ ଟୁଇଟ୍ କରି କହିଛନ୍ତି ଯେ ୨୦୦୫ ପରେ ଶ୍ରୀନଗରରେ ଭୂକମ୍ପର ଝଟକା ଅନୁଭବ କଲି । ହେଲେ ମୁଁ କିଛି ନ ବୁଝି କମ୍ବଳ ଧରିବାହାରକୁ ବାହାରି ଆସିଲି । ଏମିତିକି ନିଜ ଫୋନ୍ ଆଣିବାକୁ ବି ଭୁଲିଗଲି । ସେଥିପାଇଁ ଯେତେବେଳେ ଭୂକମ୍ପ ହେଉଥିଲା ସେତେବେଳେ ମୁଁ ‘ଭୂକମ୍ପ’ ଟୁଇଟ୍ କରିପାରିଲି ନାହିଁ ।

Share