Posted inଜାତୀୟ

‘ଅକ୍ଟୋବର ୮ ଫଳାଫଳକୁ ଅପେକ୍ଷା କର, ବାକି କେବଳ ଟାଇମ୍‌ ପାସ୍‌’

କଶ୍ମୀର,୬।୧୦: ନ୍ୟାଶନାଲ କନ୍‌ଫରେନ୍ସ ନେତା ତଥା ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ଶନିବାର ସନ୍ଧ୍ୟାରେ ଆସିଥିବା ଏକ୍‌ଜିଟ୍‌ ପୋଲ୍‌ର ପୂର୍ବାନୁମାନ ଉପରେ ସନ୍ଦେହ ପ୍ରକଟ କରିଛନ୍ତି। ନିର୍ବାଚନର ପ୍ରକୃତ ଫଳାଫଳ ପାଇଁ ସମସ୍ତଙ୍କୁ ଅକ୍ଟୋବର ୮କୁ ଅପେକ୍ଷା କରିବା ଉଚିତ।କାରଣ ୨୦୨୪ ଲୋକ ସଭା ନିର୍ବାଚନ ସମୟରେ ଏହି ଏକଜିଟ୍‌ ପୋଲର୍‌ର ପୂର୍ବାନୁମାନ ଭୁଲ ପ୍ରମାଣିତ ହୋଇଥିବା ସେ କହିଛନ୍ତି।

ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଉମର ପୋଷ୍ଟ କରି କହିଛନ୍ତି, ମୁଁ ଚକିତ ଯେ ଟିଭି ଚ୍ୟାନେଲଗୁଡ଼ିକ ଏକଜିଟ୍‌ ପୋଲ୍‌ ପାଇଁ ବ୍ୟସ୍ତ, ବିଶେଷକରି ଗତ ସାଧାରଣ ନିର୍ବାଚନରେ ପରାଜୟ ପରେ। ମୁଁ ଟିଭି ଚ୍ୟାନେଲ, ସୋସିଆଲ ମିଡିଆ, ହ୍ବାଟ୍ସଅପ୍‌ ଆଦିରେ ହେବାକୁ ଥିବା ସମସ୍ତ ହୋହଲ୍ଲାକୁ ଅଣଦେଖା କରୁଛି କାରଣ କେବଳ ୮ ଅକ୍ଟୋବରର ସଂଖ୍ୟା ଗୁରୁତ୍ୱପୂର୍ଣ୍ଣ ହେବ। ବାକି ସବୁକିଛି କେବଳ ଟାଇମ୍‌ ପାସ୍‌ ହେବ।

କହିରଖୁଛୁ, ଜମ୍ମୁ କଶ୍ମୀରରେ ୧୦ ବର୍ଷ ପରେ ବିଧାନସଭା ନିର୍ବାଚନ କରାଯାଇଛି। ଏହାର ପରିଣାମ ୮ ଅକ୍ଟୋବରରେ ଆସିବ। ଏହାପରେ ରାଜ୍ୟରେ ନୂଆ ସରକାର ହେବାର ପୂର୍ଣ୍ଣ ସମ୍ଭାବନା ରହିଛି। ଅଧିକାଂଶ ‘ଏକଜିଟ୍‌ ପୋଲ୍‌’ରେ ନ୍ୟାଶନାଲ କନ୍‌ଫରେନ୍ସକୁ ସବୁଠାରୁ ବଡ଼ ଦଳ ଭାବେ ଦର୍ଶାଯାଇଛି। ଏହା ପରେ ଭାଜପାକୁ ସିଟ୍‌ ମିଳିବାର ସମ୍ଭାବନା ଥିବା କୁହାଯାଇଛି।

ପୂର୍ବରୁ ପିଡିପି ନେତା ଇଲ୍‌ତିଜା ମୁଫ୍‌ତି ଶନିବାର କହିଛନ୍ତି ଯେ ଜମ୍ମୁ କଶ୍ମୀରରେ ହେବାକୁ ଥିବା ସରକାର ଶକ୍ତି ବିହୀନ ହେବେ। କହିବାକୁ ଗଲେ ରାଜ୍ୟର ମୁଖ୍ୟମନ୍ତ୍ରୀ କେବଳ ରବର ଷ୍ଟାମ୍ପ ଏବଂ କୌଣସି ନଗରପାଳିକାର ମେୟର ସହ ସମାନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ପାଇଁ ଭୋଟ ମାଗିବେ କେଜରିଓ୍ବାଲ, କାହିଁକି ଏମିତି କହିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ?

ନୂଆଦିଲ୍ଲୀ,୬।୧୦: ଆମ ଆଦମୀ ପାର୍ଟି (ଏଏପି)ର ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ରବିବାର ଛତ୍ରସାଲ ଷ୍ଟାଡିୟମରେ ଚାଲିଥିବା ‘ଜନତା କି ଅଦାଲତ’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।...

ଜମ୍ମୁ-କଶ୍ମୀରରେ ଭାଜପା ସରକାର! ସରକାର ଗଠନରେ ହେବ ବଡ଼ ପ୍ଲାନ…

ନୂଆଦିଲ୍ଲୀ,୬।୧୦: ଜମ୍ମୁ-କଶ୍ମୀର ନିର୍ବାଚନକୁ ନେଇ ଆସିଛି ଚମକାଇଦେଲା ଭଳି ବୁଥ୍‌ ବାହୁଡା ମତ ବା ଏକଜିଟ୍‌ ପୋଲ୍‌। ଯଦି ନିର୍ବାଚନ ଫଳାଫଳ ବୁଥ୍‌ ବାହୁଡା ମତରୁ...

କିମ୍‌ ଜୋଙ୍ଗ୍‌ ଉନ୍‌ ନା ଜର୍ଜ ସୋରୋସ୍‌ କାହା ସହ ଡିନର କରିବେ ଜୟଶଙ୍କର, ଏମିତି ଦେଲେ ଜବାବ…

ନୂଆଦିଲ୍ଲୀ,୬ା୧୦: ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ କାର୍ଯ୍ୟକ୍ରମ ସମୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କୁ ଏପରି ପ୍ରଶ୍ନ ପଚରାଯାଇଥିଲା। ଯାହାର ଉତ୍ତର ସମସ୍ତଙ୍କ...

ଷ୍ଟେଜ୍‌ରେ ରାମ ଭୂମିକାରେ କରୁଥିଲେ ଅଭିନୟ, ଆସିଲା ହାର୍ଟଆଟାକ୍‌, ଆଉ ତା’ ପରେ…

ନୂଆଦିଲ୍ଲୀ,୬ା୧୦: ଦିଲ୍ଲୀର ଶାହାଦରା ଅଞ୍ଚଳରେ ଷ୍ଟେଜ୍‌ରେ ରାମଲୀଳା ଚାଲିଥିବାବେଳେ ଏକ ଦୁଃଖଦ ଘଟଣା ଘଟିଛି। ରାମ ଭୂମିକାରେ ଅଭିନୟ କରୁଥିବା ସୁଶୀଲ କୌଶିକ୍‌ଙ୍କ ଛାତିରେ ଯନ୍ତ୍ରଣା...

କୋଲକାତା ବଳାତ୍କାର ହତ୍ୟା ମାମଲା: ସନ୍ଦୀପ ଘୋଷଙ୍କୁ ଆଉ ଏକ ବଡ଼ ଝଟ୍‌କା

କୋଲକାତା,୬।୧୦: କୋଲକାତା ସ୍ଥିତ ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର କର୍ତ୍ତୃପକ୍ଷ ଏକ ବିଜ୍ଞପ୍ତି ଜାରି କରି ୧୦ ଜଣ ଡାକ୍ତରଙ୍କୁ ବହିଷ୍କାର କରିବାକୁ...

ମସ୍କଟରୁ ଆସୁଥିବା ବିମାନର ଫାଟିଲା ଟାୟାର, ଅଳ୍ପକେ ବର୍ତ୍ତିଲେ ୧୪୬ ଯାତ୍ରୀ

ଚେନ୍ନାଇ,୬।୧୦: ଚେନ୍ନାଇ ବିମାନବନ୍ଦରରେ ଟଳିଛି ବଡ଼ ଦୁର୍ଘଟଣା। ଶନିବାର ମସ୍କଟରୁ ୧୪୬ ଯାତ୍ରୀଙ୍କୁ ନେଇ ଚେନ୍ନାଇ ଆସୁଥିବା ଏକ ବିମାନର ଟାୟାର ଓହ୍ଲାଇବା ସମୟରେ ଫାଟି...

ଏକଜିଟ ପୋଲ୍‌କୁ ନେଇ କଂଗ୍ରେସ ଖୁସିରେ ଗଦଗଦ, ଏବେ ହେବ ଅସଲ ଖେଳ!

ନୂଆଦିଲ୍ଲୀ,୬।୧୦: ଅକ୍ଟୋବର ୫ରେ ହରିୟାଣା ବିଧାନସଭା ନିର୍ବାଚନରେ ଭୋଟ ଗ୍ରହଣ ପରେ ଏକଜିଟ ପୋଲ୍‌ର ଫଳାଫଳ କଂଗ୍ରେସକୁ ଖୁସି ଖବର ଦେଇଥିଲା। ସମସ୍ତ ଏକଜିଟ ପୋଲ୍‌ରେ...

ଆରଜି କର ହତ୍ୟାକାଣ୍ଡ: ପୁଣି ଆମରଣ ଅନଶନରେ ଜୁନିଅର ଡାକ୍ତର

କୋଲକାତା,୬।୧୦: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ଆର.ଜି କର ହସ୍ପିଟାଲରେ ଜଣେ ଜୁନିଅର ମହିଳା ଡାକ୍ତରଙ୍କ ବଳାତ୍କାର ଓ ହତ୍ୟାକୁ ବିରୋଧ କରି ଜୁନିଅର ଡାକ୍ତରମାନେ ଶନିବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri