ଶ୍ରୀନଗର,୧୬ ।୯: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ କନଫରେନ୍ସର ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଜମ୍ମୁ-କଶ୍ମୀରରେ ଆଗକୁ ହେବାକୁ ଥିବା ନିର୍ବାଚନ ସେ ଲଢିବେ ନାହିଁ । ପିଡିପି ସହ ମିଶି କିମ୍ବା ଅଲଗା ନିର୍ବାଚନ ଲଢିବା ନିଷ୍ପତ୍ତିକୁ ନେଇ ସେ କହିଛନ୍ତି ଯେତେବେଳେ ନିର୍ବାଚନ ବିଗୁଲ ବାଜିବ ତେବେ ଯାଇ ନିର୍ବାଚନ ଲଢିବାକୁ ନେଇ କୌଣସି ନିଷ୍ପତ୍ତି ନିଆଯିବ ।
ଅବଦୁଲା ଆହୁରି ମଧ୍ୟ କହିଛନ୍ତି ଯଦି ସରକାର ଗଠନ କରିବାକୁ ତାଙ୍କୁ ସାହାଯ୍ୟ ଆବଶ୍ୟକ ପଡେ ତେବେ ସେ ପିଡିପି ସହ ହାତ ମିଳାଇବାକୁ ଚାହିଁବେ । ଆଗାମୀ ନିର୍ବାଚନକୁ ନେଇ ତାଙ୍କ ଦଳ କେବଳ ଅଲଗା ନିର୍ବାଚନ ଲଢିବ ବୋଲି ରାୟ ଦେଇଛି । ଲୋକତନ୍ତ୍ରରେ ସମସ୍ତଙ୍କୁ ନିଜର ରାୟ ଦେବାର ଅଧିକାର ରହିଛି ।
ଓମାର ଅବଦୁଲା ଆହୁରି ମଧ୍ୟ କହିଛନ୍ତି, ନିର୍ବାଚନ ସମ୍ପର୍କିତ ଶେଷ ନିଷ୍ପତ୍ତି ଦଳର ଅଧ୍ୟକ୍ଷ ଡା. ଫାରୁକ ଅବଦୁଲ୍ଲା ନେବେ । ତେବେ ଏହା ଉପରେ ବିଚାର କହିବାର ସମୟ ଏବେ ନୁହେଁ, ଯେତେବେଳେ ନିର୍ବାଚନ ବିଗୁଲ ବାଜିବ ସେତେବେଳେ କୌଣସି ନିଷ୍ପତ୍ତି ନିଆଯିବ ।