Categories: ଜାତୀୟ

ଓମାର ଅବଦୁଲ୍ଲାଙ୍କ ଆବେଦନ ଖାରଜ କଲେ ହାଇକୋର୍ଟ, ମିଳିଲାନି ଛାଡପତ୍ର

ନୂଆଦିଲ୍ଲୀ,୧୨।୧୨: ଜମ୍ମୁ କଶ୍ମୀର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ସ୍ତ୍ରୀ ପାୟଲ ଅବଦୁଲ୍ଲାଙ୍କ ଠାରୁ ଛାଡପତ୍ର ପାଇଁ ଦିଲ୍ଲୀ ହାଇକୋର୍ଟରେ କରିଥିବା ଆବେଦନ ଖାରଜ ହୋଇଯାଇଛି। ନିମ୍ନ କୋର୍ଟର ରାୟ କାଏମ ରଖି କୋର୍ଟ ଏହି ନିଷ୍ପତି ଶୁଣାଇଛନ୍ତି।

ବିଚାରପତି ସଂଜୀବ ସଚଦେବ ଏବଂ ବିକାଶ ମହାଜନଙ୍କ ଖଣ୍ଡପୀଠ ଆବେଦନକୁ ଖାରଜ କରି କହିଛନ୍ତି, ”ପାରିବାରିକ ଅଦାଲତ ଦ୍ୱାରା ନିଆଯାଇଥିବା ନିଷ୍ପତିର ଆମେ କୌଣସି ଦୁର୍ବଳତା ପାଇଲୁ ନାହିଁ ଯେ ନିର୍ଦ୍ଦୋଷର ଅଭିଯୋଗ ଅସ୍ପଷ୍ଟ ଏବଂ ଗ୍ରହଣୀୟ ନୁହେଁ, ଆବେଦନକାରୀ କୌଣସି କାର୍ଯ୍ୟକୁ ପ୍ରମାଣ କରିବାରେ ବିଫଳ ହୋଇଥିଲେ, ଯାହା ତାଙ୍କ ପ୍ରତି ଶାରୀରିକ କିମ୍ବା ମାନସିକ ବିକୃତ ବୋଲି କୁହାଯାଇପାରେ।”

ସୂଚନାଯୋଗ୍ୟ 2016 ମସିହାରେ ନିମ୍ନ କୋର୍ଟ ପ୍ରମାଣ ଅଭାବରୁ ଓମାର ଅବଦୁଲ୍ଲାଙ୍କୁ ଆବେଦନକୁ ଖାରଜ କରି ଦେଇଥିଲେ। ଏହା ସହିତ କୋର୍ଟ କହିଥିଲେ କି “ନିଷ୍ଠୁରତା” କିମ୍ବା “ଛାଡି ଚାଲି ଯିବା” ର ଦାବିକୁ ପ୍ରମାଣ କରିପାରୁନାହାଁନ୍ତି, ଯାହା ସେ ଛାଡ଼ପତ୍ର ପାଇଁ ତାଙ୍କ ପିଟିସନରେ ଉଲ୍ଲେଖ କରିଥିଲେ।

 

Share