Categories: ବାଣିଜ୍ୟ

ସିଏମ୍‌ଆର୍‌ଏଫ୍‌କୁ ୧୦୦କୋଟି ଦେଲା ଓଏମ୍‌ସି

ଭୁବନେଶ୍ୱର,୧।୪: ଓଡ଼ିଶା ସରକାରଙ୍କ ଖଣି ବିଭାଗ ଅଧୀନରେ ଥିବା ଓଡ଼ିଶା ଖଣି ନିଗମ (ଓଏମ୍‌ସି) ପକ୍ଷରୁ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠି (ସିଏମ୍‌ଆର୍‌ଏଫ୍‌)କୁ ୧୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏପରିକି ବିଭାଗୀୟ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଉ ପରିମାଣର ଅର୍ଥ ରାଶି ସ୍ବରୂପ ଏ ଚେକ୍‌ ହସ୍ତାନ୍ତର କରିଛନ୍ତି। ଏହି ପରିପ୍ରେକ୍ଷୀରେ ଇସ୍ପାତ ଏବଂ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ତଥା ଓଏମ୍‌ସିର ଅଧ୍ୟକ୍ଷ ଦେଓରଞ୍ଜନ କୁମାର ସିଂ, ଓଏମ୍‌ସିର ମ୍ୟାନେଜିଂ ଡାଇରେକ୍ଟର ବଲୱନ୍ତ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟ ସରକାରଙ୍କ ହରିଶ୍ଚନ୍ଦ୍ର ଓ। ମହାପ୍ରୟାଣ ଯୋଜନା ପାଇଁ ଉଞ୍ଛ ରାଶି ସିଏମ୍‌ଆର୍‌ଏଫ୍‌କୁ ଦିଆଯାଇଥିବା ଓଏମ୍‌ସି ପକ୍ଷରୁ କୁହାଯାଇଛି। ଏପରିକି ହରିଶ୍ଚନ୍ଦ୍ର ସହାୟତା ଯୋଜନା ଅଧୀନରେ ଗରିବ ଏବଂ ଅସହାୟ ଲୋକମାନେ ସହାୟତା ପାଇଥାନ୍ତି। ସେହିଭଳି ମୃତକଙ୍କ ଅନ୍ତିମ ସତ୍କାର ପାଇଁ ସେମାନଙ୍କ ପରିବାର ସଦସ୍ୟଙ୍କୁ ଉ ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ। ଫଳରେ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ମହାପ୍ରୟାଣ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଉକ୍ତ ଯୋଜନାରେ ମୃତକଙ୍କ ଶରୀରକୁ ମୃତ୍ୟୁ ସ୍ଥାନରୁ ନିଜର ବାସସ୍ଥାନ ପର୍ଯ୍ୟନ୍ତ ନେବା ପାଇଁ ସହାୟତା ପ୍ରଦାନ କରାଯାଉଛି। ଅପରପକ୍ଷରେ ରାଜ୍ୟର ଏକ ପ୍ରମୁଖ ନିଗମ ବା ଦାୟିତ୍ୱସମ୍ପନ୍ନ କର୍ପୋରେଟ ସଂସ୍ଥା ଭାବେ ଓଏମ୍‌ସି ରାଜ୍ୟ ସରକାରଙ୍କ ଏଭଳି ଏକ ଜନହିତକର ଯୋଜନା ପାଇଁ ଉକ୍ତ ପରିମାଣର ଅର୍ଥ ରାଶି ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ, ରାଜ୍ୟବାସୀଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କ ଜନକଲ୍ୟାଣ ଯୋଜନା ପାଇଁ ଓଏମ୍‌ସି ପକ୍ଷରୁ ବିଭିନ୍ନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଅର୍ଥ ପ୍ରଦାନ କରାଯାଉଛି। ଏହାବ୍ୟତୀତ ଓଏମ୍‌ସିର ଖଣି ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କ ସାମାଜିକ, ଅର୍ଥନୈତିକ ବିକାଶ ଦିଗରେ ମଧ୍ୟ ସିଏସ୍‌ଆର୍‌ କାର୍ଯ୍ୟକ୍ରମ ଦ୍ୱାରା ଓଏମ୍‌ସି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛି।

Share