ଅକ୍ଷୟଙ୍କ ଫିଲ୍ମର ପ୍ରଭାବ: ମହାରାଷ୍ଟର ଏକ ସ୍କୁଲରେ ବାଧ୍ୟତାମୂଳକ ହେଲା ଯୌନ ଶିକ୍ଷା

ମୁମ୍ବାଇ,୨୧।୮: ଅଭିନେତା ଅକ୍ଷୟ କୁମାର ଏବଂ ପଙ୍କଜ ତ୍ରିପାଠୀଙ୍କ ଅଭିନୀତ ଚଳଚ୍ଚିତ୍ର ‘ଓଏମ୍‌ଜି-୨’ ରିଲିଜ ହୋଇଯାଇଛି। ଫିଲ୍ମଟି ବକ୍ସ ଅଫିସରେ ଗଦର-୨ କୁ ଟକ୍କର ଦେଉଛି। ଅକ୍ଷୟ କୁମାରଙ୍କ ଅଭିନୀତ ସାମାଜିକ ନାଟକ ଚଳଚ୍ଚିତ୍ର ବକ୍ସ ଅଫିସରେ ୧୦୦ କୋଟି କ୍ଲବରେ ପ୍ରବେଶ କରିବାରେ ସଫଳ ହୋଇଛି।

ଅକ୍ଷୟ କୁମାରଙ୍କ ଏହି ଚଳଚ୍ଚିତ୍ରରେ ‘ଏଡଲ୍ଟ ଏଜୁକେଶନ’ ଭଳି ପ୍ରସଙ୍ଗ ଉଠିଛି। ଯଦିଓ ଏହି ସିନେମାକୁ ସେନ୍ସର ବୋର୍ଡ ଏ ସାର୍ଟିଫିକେଟ ସହିତ ପାସ କରିଥିଲା, କିନ୍ତୁ ବର୍ତ୍ତମାନ ଫିଲ୍ମର ପ୍ରଭାବ କେବଳ ଦର୍ଶକଙ୍କ ଉପରେ ନୁହେଁ ସମାଜ ଉପରେ ମଧ୍ୟ ଦେଖିବାକୁ ମିଳିଛି। ମହାରାଷ୍ଟ୍ରରେ ଉଲ୍ଲାସ ନଗରର ଏକ ବିଦ୍ୟାଳୟ ଯୌନ ଶିକ୍ଷା ବିଷୟକୁ ବାଧ୍ୟତାମୂଳକ କରିଛି। ଏହା ହେଉଛି ପ୍ରଥମ ବିଦ୍ୟାଳୟ ଯାହାକି ଏହି ପଦକ୍ଷେପ ନେଇଛି। କିଛି ଦିନ ପୂର୍ବରୁ ଅକ୍ଷୟ କୁମାରଙ୍କ ‘ଓଏମ୍‌ଜି-୨’ ବିଦ୍ୟାଳୟରେ ସ୍କ୍ରିନିଂ କରାଯାଇଥିଲା ।

Share