ପରଦାରେ ଅକ୍ଷୟ-ସନ୍ନି ଲଢ଼େଇ

ବମ୍ବେ: ରିଲିଜ ହୋଇଛି ବହୁ ପ୍ରତିକ୍ଷୀତ ଫିଲ୍ମ ‘ଓଏମ୍‌ଜି-୨’। ଅଭିନେତା ଅକ୍ଷୟ କୁମାର, ପଙ୍କଜ ତ୍ରିପାଠୀଙ୍କ ଯୋଡ଼ିକୁ ବହୁତ ପସନ୍ଦ କରାଯାଉଛି। ପୂର୍ବରୁ ଫିଲ୍ମକୁ ନେଇ ବିବାଦ ଦେଖାଯାଇଥିଲେ ହେଁ ଦର୍ଶକ ଏହାକୁ ‘ମାଷ୍ଟରପିସ୍‌’ ବୋଲି କହୁଛନ୍ତି।

ଓଏମ୍‌ଜି-୨ ସହ ଗଦର-୨ ରିଲିଜ ହୋଇଥିବା ଯୋଗୁ ଏହାର କଲେକ୍ସନରେ ପ୍ରଭାବ ପଡ଼ିପାରେ। ହେଲେ କାହାଣୀ ଦେଖିଲେ ସନିଙ୍କ ଫିଲ୍ମ ଅକ୍ଷୟଙ୍କ ସାମ୍ନାରେ ଫିକା ପଡ଼ୁଥିବା ସ୍ପଷ୍ଟ ହେଉଛି। ଏଣୁ ଫିଲ୍ମ ପ୍ରଥମ ଦିନ ୯ କୋଟି ବ୍ୟବସାୟ କରିପାରେ ବୋଲି ଅନୁମାନ କରାଯାଉଛି।

Share