‘ଓ ମାଇଁ ଗଡ ୨’ର ନୂଆ ପୋଷ୍ଟରରେ ଭଗବାନ ଶିବଙ୍କ ଅବତାରରେ ନଜର ଆସିଲେ ଅକ୍ଷୟ କୁମାର

ମୁମ୍ବାଇ: ଅକ୍ଷୟ କୁମାର ଓ ପରେଶ ରାଓ୍ବଲଙ୍କ ଷ୍ଟାରର ମୁଭି ‘ଓ ମାଇଁ ଗଡ’ ୨୦୧୨ରେ ରିଲିଜ ହୋଇଥିଲା। ଏହା ବକ୍ସ ଅଫିସରେ ହିଟ ସାବ୍ୟସ୍ତ ହୋଇଥିଲା। ଏବେ ଏହି ସୁପର ସକ୍ସେଫୁଲ ମୁଭିର ୧୧ ବର୍ଷ ପରେ ଅକ୍ଷୟ କୁମାର ସୋସିଆଲ କମେଡି ‘ଓ ମାଇଁ ଗଡ ୨’ ସହ ପୁଣିଥରେ ସିଲଭର ସ୍କ୍ରିନରେ ଧମାଲ କରିବାକୁ ପ୍ରସ୍ତୁତ ହୋଇଗଲେଣି।
ଅକ୍ଷୟ କୁମାର ତାଙ୍କ ଅଫିସିୟାଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ‘ଓ ମାଇଁ ଗଡ ୨’ର ନୂଆ ପୋଷ୍ଟର ରିଲିଜ କରିଛନ୍ତି। ଏଥିରେ ସେ ଭଗବାନ ଶିବଙ୍କ ରୂପରେ ନଜର ଆସିଛନ୍ତି। ପୋଷ୍ଟର ରିଲିଜ କରିବା ସହ କ୍ୟାପଶନରେ ରିଲିଜ ଡେଟ ବି ଆନାଉନ୍ସ କରିଛନ୍ତି। ଅକ୍ଷୟ ଲେଖିଛନ୍ତି, ବାସ କିଛି ଦିନରେ… ‘ଓ ମାଇଁ ଗାଡ ୨’ ଥିଏଟରରେ ଅଗଷ୍ଟ ୧୧ରେ। ଟିଜର ଖୁବ ଶୀଘ୍ର ରିଲିଜ ହେବ।
ସୂଚନାଯୋଗ୍ୟ, ‘ଓ ମାଇଁ ଗଡ ୨’ରେ ଅକ୍ଷୟ କୁମାର, ୟାମି ଗୌତମ ଓ ପଙ୍କଜ ତ୍ରିପାଠି ଲିଡ ରୋଲରେ ନଜର ଆସିବେ। ଫିଲ୍ମକୁ ନେଇ ଫ୍ୟାନ୍ସ ଖୁବ ଏକ୍ସାଇଟେଡ ଅଛନ୍ତି। ଏହାର ପ୍ରଥମ ଭାଗ ବକ୍ସ ଅଫିସରେ ହିଟ ହୋଇଥିବା ବେଳେ ‘ଓ ମାଇଁ ଗଡ ୨’ ବି ହିଟ ହେବ ବୋଲି ଦର୍ଶକଙ୍କର ବିଶ୍ୱାସ ରହିଛି।

Share