ଭଗବାନ ଶିବଙ୍କ ଅବତାରରେ ନଜର ଆସିଲେ ଅକ୍ଷୟ

ମୁମ୍ବାଇ: ବଲିଉଡ ଖିଲାଡି ବୟ ଅକ୍ଷୟ କୁମାର ଓ ପରେଶ ରାଓ୍ବଲ ଷ୍ଟାରର ମୁଭି ‘ଓ ମାଇଁ ଗଡ’ ହିଟ ସାବ୍ୟସ୍ତ ହୋଇଥିଲା। ‘ଓ ମାଇ ଗଡ’ ସଫଳତାର ୧୧ ବର୍ଷ ପରେ ‘ଓ ମାଇ ଗଡ ୨’ ମାଧ୍ୟମରେ ଅକ୍ଷୟ ପୁଣିଥରେ ଫେରିଛନ୍ତି। ପ୍ରଥମ ପାର୍ଟରେ ଅକ୍ଷୟଙ୍କୁ ଭଗବାନ କୃଷ୍ଣଙ୍କ ଅବତାରରେ ଦେଖିବାକୁ ମିଳିଥିଲା। ହେଲେ ‘ଓ ମାଇ ଗଡ ୨’ରେ ଅକ୍ଷୟ ଭଗବାନ ଶିବଙ୍କ ଚରିତ୍ରରେ ନଜର ଆସିବେ। ଏବେ ପର୍ଯ୍ୟନ୍ତ ଫିଲ୍ମର ପୋଷ୍ଟର ଦର୍ଶକଙ୍କୁ ଖୁବ ଇମ୍ପ୍ରେସ କରିଛି।

ଅକ୍ଷୟ କୁମାର, ୟାମି ଗୌତମ ଏବଂ ପଙ୍କଜ ତ୍ରିପାଠୀ ‘ଓ ମାଇ ଗଡ ୨’ରେ ମୁଖ୍ୟ ଭୂମିକାରେ ଅଛନ୍ତି। ଏଥି ସହିତ ଅକ୍ଷୟ କୁମାର ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ନୂଆ ପୋଷ୍ଟର ସେୟାର କରି ଫିଲ୍ମର ଥିଏଟ୍ରିକାଲ ରିଲିଜ ଡେଟ ଘୋଷଣା କରିଛନ୍ତି।

ଶୁକ୍ରବାର ସକାଳେ ଅକ୍ଷୟ କୁମାର ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପ୍ରକାଶ କରିଛନ୍ତି ଯେ ଫିଲ୍ମ ୧୧ ଅଗଷ୍ଟ ୨୦୨୩ ରେ ରିଲିଜ ହେବ। ଅକ୍ଷୟ କୁମାର ଲେଖିଛନ୍ତି, ‘ଆ ରହେ ହୈ ହମ, ଆଇଏଗା ଆପ ଭି’। ଅଗଷ୍ଟ ୧୧। ଅଭିନେତା ‘ଓ ମାଇ ଗଡ ୨’ର ଏକ ନୂଆ ପୋଷ୍ଟର ମଧ୍ୟ ଜାରି କରିଛନ୍ତି, ଯେଉଁଥିରେ ସେ ଭଗବାନ ଶିବ ଭାବରେ ନଜର ଆସିଛନ୍ତି। ପୋଷ୍ଟର ଉପରେ ରିଲିଜ ଡେଟ ଲେଖାଯାଇଛି, ଯାହା ତଳେ ‘OMG 2 ’ଲେଖା ହୋଇଛି ।

Share