ମୁମ୍ବାଇ: ମଧ୍ୟପ୍ରଦେଶର ଧର୍ମ ନଗରୀ ଉଜ୍ଜୟିନୀରେ ବଲିଉଡ୍ ମୁଭି ‘ଓ ମାଇ ଗଡ ୨’ ଫିଲ୍ମର ଶୁଟିଂ ଆରମ୍ଭ ହୋଇଥିବା ସୂଚନା ମିଳିଛି । ଅକ୍ଷୟ କୁମାରଙ୍କ ଅଭିନୀତ ଏହି ଫିଲ୍ମର ଏକ ବଡ ଭାଗ ଏଠାରେ ଶୁଟିଂ କରାଯିବ ବୋଲି ଜଣାପଡିଛି । ଏଥିପାଇଁ ସହରର ବିଭିନ୍ନ ସ୍ଥାନକୁ ବ୍ୟବହାର କରାଯିବ । ଏଠାରେ ୧୭ ଦିନ ଶୁଟିଂ ଚାଲିବ ବୋଲି କୁହାଯାଉଛି । ଫିଲ୍ମର ବହୁ ସଦସ୍ୟ ଉଜ୍ଜୟିନୀ ପହଞ୍ଚିଥିବା ବେଳେ ସେମାନଙ୍କୁ ଭିନ୍ନ ଭିନ୍ନ ହୋଟେଲରେ ରଖାଯାଇଛି । ମଧ୍ୟ ପ୍ରଦେଶର ଇନ୍ଦୋରରେ ବି ଏହାର କିଛି ଅଂଶ ଶୁଟ୍ କରାଯିବାର କାର୍ଯ୍ୟକ୍ରମ ରହିଛି । ସୂଚନଯୋଗ୍ୟ, ଏହା ପୂର୍ବରୁ ‘ଓ ମାଇ ଗଡ୨’ର ଏକ ବଡ ଭାଗ ମୁମ୍ବାଇରେ ଶୁଟିଂ ସରିଛି । ଉଜ୍ଜୟିନୀର ମହାକାଳ ମନ୍ଦିର ବ୍ୟତୀତ ରାମଘାଟ, କାଳ ଭୈରବ ମନ୍ଦିର ଓ ଅନ୍ୟ ସ୍ଥାନରେ କାହାଣୀ ହିସାବରେ ଲୋକେଶନ ଫାଇନାଲ ହୋଇ ସାରିଛି । ଏଥିରେ ଅକ୍ଷୟ କୁମାରଙ୍କ ବ୍ୟତୀତ ପଙ୍କଜ ତ୍ରିପାଠୀ ସମେତ ଅନ୍ୟ କଳାକାରମାନେ ଉଜ୍ଜୟିନୀ ପହଞ୍ଚି ସାରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଉଜ୍ଜୟିନୀ ଓ ଇନ୍ଦୋର ସହରରେ ୨୧ ଅକ୍ଟୋବରରୁ ୭ ନଭେମ୍ବର ପର୍ଯ୍ୟନ୍ତ ଫିଲ୍ମ ‘ଓ ମାଇ ଗଡ ୨’ର ଶୁଟିଂ ଚାଲିବ ।