ଶ୍ରାବଣରେ ଶିବ ତାଣ୍ଡବ କଲେ ଅକ୍ଷୟ

ମୁମ୍ବାଇ: ବଲିଉଡ ଖିଲାଡି ବୟ ଅକ୍ଷୟ କୁମାରଙ୍କ ମୁଭି ’ଓ ମାଇ ଗଡ ୨’କୁ ନେଇ ଖୁବ ଚର୍ଚ୍ଚା ହେଉଛି। ଏହାର ଟ୍ରେଲର ରିଲିଜ ସରିଛି। ଗୁରୁବାର ଏହି ମୁଭିର ଏକ ଗୀତ ହର ହର ମହାଦେବ ରିଲିଜ ହୋଇଛି। ଶ୍ରାବଣ ମାସରେ ଏହି ଗୀତ ଦର୍ଶକ ତଥା ଶ୍ରୋତାଙ୍କୁ ଶିବଭକ୍ତିରେ ବୁଡାଇ ଦେବ ନିଶ୍ଚିତ। ଗୀତରେ ଅକ୍ଷୟ କୁମାର ଶିବ ତାଣ୍ଡବ ପରଫର୍ମ କରୁଥିବା ନଜର ଆସିଛି। ସୋସିଆଲ ମିଡିଆରେ ଏହି ଗୀତକୁ ନେଇ ଚର୍ଚ୍ଚା ହେଉଛି।

ଏହି ଗୀତର ମ୍ୟୁଜିକ ବିକ୍ରମ ମନଟ୍ରୋସ କମ୍ପୋଜ କରିଛନ୍ତି। ବିକ୍ରମ ହିଁ ଏହି ଗୀତକୁ ଗାଇଛନ୍ତି। ଶେଖର ଅସ୍ତିତ୍ୱ ଏହାର ରିଲିକ୍ସ ଲେଖିଛନ୍ତି। ଏହି ଗୀତରେ ଅଭିନେତା ଶିବ ତାଣ୍ଡବରେ ମଗ୍ନ ଥିବା ଦେଖାଯାଇଛି। ଏହାସହ ଅନ୍ୟ କଳାକାରମାନେ ବି ଶିବ ଭକ୍ତିରେ ବୁଡି ଯାଇଛନ୍ତି। ସମସ୍ତେ ଟ୍ରାଡିଶନାଲ ଅଟାୟର ପିନ୍ଧିଛନ୍ତି।
ଅକ୍ଷୟ କୁମାରଙ୍କ ଏହି ମୁଭିର ଟ୍ରେଲର ରିଲିଜ ହେବା ପରଠାରୁ ବିବାଦରେ ଫସି ଯାଇଛି। ଫିଲ୍ମର କିଛି ସିନକୁ ନେଇ ୟୁଜର୍ସ ଆପତ୍ତି କରିଥିଲେ। ଏହାପରେ ସେନସର ବୋର୍ଡର ରିଭାଇଜିଂ କମିଟି ଏହି ଆପତ୍ତିକୁ ନେଇ ଏଥିରେ ୨୦ କଟସ୍‌ ଦେବାକୁ ରାଜି ହୋଇଥିଲେ। ଏହାସହ ଫିଲ୍ମକୁ ‘ଏ’ ଅର୍ଥାତ୍‌ ଆଡଲ୍ଟ ସାର୍ଟିଫିକେଟ ଦେବାକୁ କଥା ହୋଇଥିଲା। ହେଲେ ସିବିଏଫସି ଦ୍ୱାରା ଦିଆଯାଇଥିବା ‘ଏ’ ସାର୍ଟିଫିକେଟ ମେକର୍ସଙ୍କୁ ମଞ୍ଜୁର ନ ଥିବା କୁହାଯାଉଥିଲା।
ସୂଚନାଯୋଗ୍ୟ, ‘ଓ ମାଇଁ ଗଡ ୨’ରେ ଅକ୍ଷୟ କୁମାର ଭଗବାନ ଶିବଙ୍କ ଭୂମିକାରେ ନଜର ଆସିବେ। ଏଥିରେ ପଙ୍କଜ ତ୍ରିପାଠୀ ବି ମୁଖ୍ୟଭୂମିକାରେ ଅଭିନୟ କରିଛନ୍ତି। ଏଥିରେ ୟାମି ଗୌତମ ଜଣେ ଓକିଲ ଭୂମିକାରେ ଅଭିନୟ କରିଛନ୍ତି। ଏହାର ନିର୍ଦ୍ଦେଶନା ଦେଇଛନ୍ତି ଅମିତ ରାୟ। ଏହା ୨୦୨୨ର ମୁଭି ‘ଓ ମାଇଁ ଗଡ’ର ସିକ୍ୱେଲ। ଏଥିରେ ପରେଶ ରାଓ୍ବଲ ମୁଖ୍ୟ ଭୂମିକାରେ ନଜର ଆସିଥିଲେ।

Share