ଚର୍ଚ୍ଚାରେ ଓ ମାଇଁ ଗଡ ୨’

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ବର୍ତ୍ତମାନ ତାଙ୍କ ମୁଭି ’ଓ ମାଇଁ ଗଡ ୨’ର ସଫଳତା ନେଇ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମ ରିଲିଜ ହେବାର ୭ଦିନ ହୋଇଗଲାଣି ଏବଂ ଏହା କ୍ରମାଗତ ଭାବରେ ଭଲ ବିଜନେସ କରୁଛି। କୁହାଯାଉଛି ଯେ ଫିଲ୍ମଟି ଏକ ଭଲ ମେସେଜ ଦେଉଛି, ଯେଉଁଥିପାଇଁ ଏହି ମୁଭି ବିଷୟରେ ଲୋକଙ୍କ ମଧ୍ୟରେ ବହୁତ ଚର୍ଚ୍ଚା ହେଉଛି। ଏହା ଏପର୍ଯ୍ୟନ୍ତ ୭୯.୪୭କୋଟି ରୋଜଗାର କରିଛି।
ଖବର ଅନୁଯାୟୀ ଅକ୍ଷୟଙ୍କ ଫିଲ୍ମ ’ଏଏମଜି ୨’ ଶୀଘ୍ର ୧୦୦ କୋଟି କ୍ଲବରେ ପ୍ରବେଶ କରିବ।

Share