ଯଦି ଆକାଶରେ ଉଡୁଥିବା ବିମାନଟି ହଠାତ୍ ବନ୍ଦ ହୋଇଯାଏ, ତେବେ ଯେକେହି ନର୍ଭସ ହେବା ସ୍ବଭାବିକ । ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଠାରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସାନ ଫ୍ରାନ୍ସିସ୍କୋର ଏହି ଭିଡିଓ ପ୍ରାୟ ଦୁଇମାସ ପୂର୍ବରୁ ରେଡ୍ଡିଟ୍ରେରେ ଶେୟାର କରାଯାଇଥିଲା। ପରେ ଏହାକୁ କ୍ରମାଗତ ଭାବରେ ସୋସିଆଲ ମିଡିଆରେ ଶେୟାର କରାଯାଉଛି, ଯାହା ଅନ୍ୟ ବିମାନରେ ବସିଥିବା ଜଣେ ଯାତ୍ରୀଙ୍କ ଦ୍ୱାରା ଲାଇଭ ଶୁଟ୍ କରାଯାଇଥିଲା।
ଭିଡିଓରେ ଏହା ସ୍ପଷ୍ଟ ଭାବେ ଦେଖାଯାଉଛି ଯେ, ଉଡ଼ୁଥିବା ବିମାନ ହଠାତ୍ ଆକାଶରେ ଅଟକିଯାଉଛି । ଭିଡିଓ ଦେଖିବା ପରେ ଲୋକଙ୍କ ବିଭିନ୍ନ ପ୍ରତିକ୍ରିୟା ଆସୁଛି। କିଛି ଲୋକ ଏହାକୁ ପ୍ରାକୃତିକ ଶକ୍ତି କହିଥିବା ବେଳେ କେତେକ ଏହାକୁ ବୈଷୟିକ ତ୍ରୁଟି ବୋଲି କହୁଛନ୍ତି।
ବାସ୍ତବରେ, ଏହି ଭିଡିଓରେ ପାଇରାଲକ୍ସ ଗତି ପ୍ରଭାବ ଯୋଗୁ ବିମାନ ବନ୍ଦ ହୋଇଥିବା ଦେଖାଯାଏ । ଆଖିର ଦୃଶ୍ୟର କୋଣ ୧୨୦ ଡିଗ୍ରୀ ଅଟେ, ଆମେ ସେହି କୋଣ ଭିତରେ ଯେକୌଣସି ବସ୍ତୁ ଦେଖିବାକୁ ସକ୍ଷମ ହୋଇଥାଉ। ଏପରି ପରିସ୍ଥିତିରେ, ଯଦି କୌଣସି ବସ୍ତୁ ୧୨୦ ଡିଗ୍ରୀ ଦୂରରୁ ଆସୁଛି, ତେବେ ଆମକୁ ଏହାର ଗତି ଧୀର କିମ୍ବା ବନ୍ଦ ହୋଇଯିବାର ଭ୍ରମସୃଷ୍ଟି ହୋଇଥାଏ ।