ବର୍ତ୍ତମାନ ସମୟରେ ଅନ୍ଲାଇନ୍ରୁ ଖାଦ୍ୟ ଅର୍ଡର କରିବା ଏକ ସାଧାରଣ କଥାରେ ପରିଣତ ହୋଇଗଲାଣି। ପ୍ରାୟ ସମସ୍ତେ ଏପରି କରୁଛନ୍ତି। ମାତ୍ର ଏଥିରୁ ବେଳେ ବେଳେ ଯେଉଁ ପ୍ରକାର ସବୁ ଜିନିଷ ବାହାରେ ତାହା ଆଶ୍ଚର୍ଯ୍ୟ କରିପକାଏ। ତେବେ ଖାଦ୍ୟ ଅର୍ଡର କରୁଥିଲେ ସାବଧାନ।
ବେଙ୍ଗାଲୁରୁର ଏକ ସ୍ଥାନୀୟ ରେଷ୍ଟୁରାଣ୍ଟରୁ ସାଲାଡ୍ ଅର୍ଡର କରିବା ଜଣେ ବ୍ୟକ୍ତିଙ୍କ ପାଇଁ ମହଙ୍ଗା ପଡିଛି। ଯେତେବେଳେ ସେ ବ୍ୟକ୍ତି ଜଣକ ସାଲଡ୍ ପ୍ୟାକେଟ ଖୋଲିଲେ, ତା ଭିତରୁ ସେ ଏକ ଜୀବନ୍ତ ଗେଣ୍ଡା ଛୁଆ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ।
‘ଧଭଲ ସିଂ’ ନାମକ ଜଣେ ଗ୍ରାହକ ଏହି ଭିଡିଓକୁ ସୋସିଆଲ ମିଡିଆ ଏକ୍ସରେ ଶେୟାର କରିଛନ୍ତି। ଧଭଲ କହିଛନ୍ତି ଯେ, ସେ ସ୍ବିଗି ମାଧ୍ୟମରେ ‘ଲିଓନ୍ ଗ୍ରିଲ’ ନାମକ ଏକ ରେଷ୍ଟୁରାଣ୍ଟରୁ ସାଲାଡ୍କୁ ଅର୍ଡର କରିଥିଲେ। ଯେତେବେଳେ ସେ ପ୍ୟାକେଟ ଖୋଲିଲେ ସେଥିରେ ଜୀବନ୍ତ ଗେଣ୍ଡାଛୁଆକୁ ଦେଖି ସେ ଭୟଭୀତ ହୋଇଯାଇଥିଲେ।