Categories: ଫୁରସତ

ଲୋମଟାଙ୍କୁରା ଦୃଶ୍ୟ: ଅଜଗରକୁ ଧରି କ୍ୟାମେରା ଆଗରେ ପୋଜ୍‌ ଦେଉଥିଲେ ବ୍ୟକ୍ତି, ପରେ ଯାହା ଘଟିଲା…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହେଉଛି । ସେଥିରୁ କେତେକ ଭିଡିଓ ହସରଖୋରାକ ଯୋଗାଉ ଥିବାବେଳେ କେତେକ ଭାବପ୍ରବଣ କରିଦଦିଏ। ତେବେ ବର୍ତ୍ତମାନ ଭାଇରାଲ ହେଉଥିବା ଭିଡିଓ ଦେଖିଲେ ଲୋମ ଟାଙ୍କୁରି ଉଠିବ। ଯେଉଁଥିରେ ଜଣେ ବ୍ୟକ୍ତିଙ୍କୁ ଅଜଗର ସହ ଦେଖିବାକୁ ମିଳୁଛି।  ଯେଉଁଠାରେ ଆମେ ବିଷଧର ସାପକୁ ଦେଖିଲେ ଭୟକରୁ, ସେ ସ୍ଥାନରୁ ତୁରନ୍ତ ଆସିବାକୁ ଚେଷ୍ଟାକରୁ।  ମାତ୍ର ବ୍ୟକ୍ତି ଜଣଙ୍କ ଅଜଗରକୁ ଧରି କ୍ୟାମେରାରେ ପୋଜ୍‌ ଦେବା ମହଙ୍ଗା ପଡ଼ିଛି।
ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ, ବ୍ୟକ୍ତି ଜଣଙ୍କ ଦୁଇ ହାତରେ  ଅଜଗରକୁ ଧରି ଗେଲକରିବାକୁ ମୁହଁ  ଆଡ଼କୁ ନେଲାବେଳେ ଅଜଗର ତାଙ୍କ ପାଟିକି କାମୁଡି ଦେଉଛି। ବ୍ୟକ୍ତି ଜଣଙ୍କ  ଅଜଗରକୁ ଭିଡିବା ସମୟରେ ତାହାର ଏକ ଦାନ୍ତ ବ୍ୟକ୍ତିଙ୍କ  ଗାଲରେ ପଶିଯାଇଛି।  ଯାହାକୁ ସିଏ କିଛି ସମୟ ପରେ କାଢ଼ିବାରେ ସଫଳ ହେଉଛନ୍ତି। ଏଥିରେ ତାଙ୍କ ଗାଲରେ ଗଭୀର କ୍ଷତ ଲାଗିଥିବା ଭଳି ଜଣାପଡୁଛି, କାରଣ ସାପର ଏକ ଦାନ୍ତ ବ୍ୟକ୍ତିଙ୍କ ଗାଲରେ ପଶିଯାଇଛି।  ତେବେ ଭିଡିଓଟି କେବେର ଓ କେଉଁଠକାର  ତାହା ସ୍ପଷ୍ଟ ହୋଇନାହିଁ । ଏହା ବର୍ତ୍ତମାନ ଇନ୍‌ଷ୍ଟାଗ୍ରାମରେ ଭାଇରାଲ ହେଉଛି।
Share