Advertisement
Categories: ଫୁରସତ

Jugaad: ଏଣେ ତେଣେ ପଳାଇଯାଉଥିଲା ଶିଶୁ ମା’ କଲେ ଏପରି

ପ୍ରାୟତଃ ଛୋଟ ପିଲାମାନେ ବହୁତ ଦୁଷ୍ଟ । ଯଦି ସେମାନଙ୍କୁ ଆଖିରୁ କିଛି ସମୟ ପାଇଁ ଦୂରେଇ ଦିଆଯାଏ ସେମାନେ ଦୁଷ୍ଟାମୀ ଆରମ୍ଭ କରିଦିଅନ୍ତି। ଏପରି ପରିସ୍ଥିତିରେ, ଘର କାମ ସହିତ ପିଲାମାନଙ୍କୁ ସମ୍ଭାଳିବା କଷ୍ଟକର ହୋଇପଡେ। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଆପଣ ଦେଖିବେ ଯେ, ରୋଷେଇ ଘରେ କାମ କରିବା ସହିତ ମା’ ପିଲା ଉପରେ ନଜର ରଖିବା ପାଇଁ ଶୁଦ୍ଧ ଦେଶୀ ଜୁଗାଡର ବ୍ୟବସ୍ଥା କରିଛନ୍ତି।
କେବଳ ଏତିକି ନୁହେଁ, ଶିଶୁକୁ ଥଣ୍ଡା ଚଟାଣରୁ ରକ୍ଷା କରିବା ପାଇଁ ମହିଳା ରୋଷେଇ ଘରେ ଏକ ସପ ପକାଇଛନ୍ତି। ଶିଶୁଟି ସପ ଉପରେ ଖୁସିରେ ଖେଳୁଥିବା ଦେଖିବାକୁ ମିଳୁଛି। ଭିଡିଓରେ ମା’ ଜଣଙ୍କ ଦୁଇଟି ଚୁନିକୁ ଗଣ୍ଠିପକାଇ ଜୋଡି ଗୋଟିଏ ପାଖକୁ ନିଜ ଅଣ୍ଟାରେ ଭିଡିଥିବା ବେଳେ ଅନ୍ୟଟିକୁ ଶିଶୁର ଗୋଡ଼ରେ ଗୁଡାଇଛନ୍ତି। ମା’ ଜଣଙ୍କ ରୋଷେଇ କରୁଥିବାବେଳେ ଏପଟେ ଶିଶୁଟି ଖେଳୁଛି। ଶିଶୁଟିକେ ଘୁଞ୍ଚିଗଲେ ମା’ଙ୍କୁ ଜଣାପଡ଼ିବା ମାତ୍ରେ ସେ ତାଙ୍କୁ ଠିକ୍‌ ସ୍ଥାନକୁ ନେଇ ଆସୁଛନ୍ତି। ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Share