Categories: ଫୁରସତ

କାନରୁ ଆସୁଥିଲା ଏମିତି ଶବ୍ଦ, ଟେଷ୍ଟ ପରେ ଜଣାପଡ଼ିଲା ବୁଢ଼ିଆଣୀ ବସେଇଥିଲା…

ପ୍ରାୟ ସମସ୍ତ ପ୍ରକାର କୀଟ ଆମ ଚାରିପାଖରେ ରହିଛନ୍ତି,  ଯଦିଓ ସେମାନେ ଆମର କୌଣସି କ୍ଷତି କରନ୍ତି ନାହିଁ। ହେଲେ କେବେକେବେ ଏପରି ଘଟେ  ସେମାନେ ଆମ ଅଜଣାତରେ  ଅନେକ କ୍ଷତି କରି ବସନ୍ତି। ବ୍ରିଟେନର ଜଣେ ମହିଳାଙ୍କ ସହ ଠିକ୍‌ ଏହପରି ଘଟଣା ଘଟିଛି। ମହିଳା ଜଣଙ୍କ ଯାହା ଅନୁଭବ କରୁଥିଲେ ତାହା ଜାଣିବା ପରେ   ଯେ କେହି ଆାଶ୍ଚର୍ଯ୍ୟ ହୋଇଯିବେ । ଲୁଇ ୱାଇଲ୍ଡ ନାମକ ଏହି ମହିଳା ଜଣକ  କିଛି ଦିନ ଧରି କାନରେ  ଯନ୍ତ୍ରଣା ଭୋଗୁଥିଲେ।
ତାଙ୍କ କାନରୁ  ଅଜବ ଶବ୍ଦ ଆସୁଥିଲା। ସେ ଭାବୁଥିଲେ କାନରେ ଜମା ହୋଇଥିବା ମଇଳା ଯୋଗୁ ଏପରି ହେଉଛି।  ଲୁଇ ପ୍ରଥମେ ନିଜ କାନ ପରୀକ୍ଷା କଲେ। ମାତ୍ର ଯେତେବେଳେ କାନ ଭିତରେ ଥିବା ସତ୍ୟ ସାମ୍ନାକୁ ଆସିଲା, ସେ ଆଶ୍ଚର୍ଯ୍ୟ ହୋଇଗଲେ।
ଖବର ଅନୁଯାୟୀ, କାନରୁ କ୍ରମାଗତ ଭାବେ ଯେବେ ସେ ଅଜବ ଶବ୍ଦ ଶୁଣିବା ଆରମ୍ଭ କଲେ ସେତେବେଳେ ଚିନ୍ତିତ ହୋଇଗଲେ। ପ୍ରଥମେ ସେ ଇଲେକ୍ଟ୍ରୋନ ଇୟର କ୍ଲିନ୍‌ ଡେଭିସ୍‌ ସ୍ମାର୍ଟବଡରୁ ତାଙ୍କ କାନରେ କଣ ଅଛି ଜାଣିବାକୁ ଚେଷ୍ଟା କଲେ।  ତେବେ ଡିଭାଇସର Q- ଟିପ୍‌ କ୍ୟାମେରାରୁ ଜଣାପଡ଼ିଥିଲାଯେ, ଏକ ବୁଢ଼ିଆଣୀ ତାଙ୍କ କାନରେ ବାସ କରିଥିଲା।  ଏହା କେବେ ଓ କିପରି ଘଟିଲା ସେ ନିଜେ ମଧ୍ୟ ଜାଣିପାରି ନ ଥିଲେ ।  ଶେଷରେ ଲୁଇ ବ୍ରିଟେନର ଜରୁରୀକାଳୀନ ନମ୍ବରରେ କଲ୍‌ କରିଥିଲେ। ପରେ କାନରେ ଉଷୁମ ଅଲିଭ ତେଲପ କାଯାଇ ବୁଢ଼ିଆଣିକୁ ବାହାର କରାଯାଇଥିଲା।
ଏହି ବୁଢ଼ିଆଣୀର ଲମ୍ବ ପ୍ରାୟ ଏକ ସେମି ଥିଲା । ବୁଢ଼ିଆଣୀ କାନରୁ ବାହାରିବା ପରେ ମହିଳାଙ୍କ କାନରୁ ରକ୍ତ ବାହାରିବାକୁ  ଲାଗିଲା। ଡାକ୍ତର ପ୍ରାୟ ଏକ ସପ୍ତାହ ଧରି ତାଙ୍କୁ ଔଷଧ ଦେଇଥିଲେ।  ଏହା ପରେ ମଧ୍ୟ  ତାଙ୍କୁ ଯନ୍ତ୍ରଣା ହେଉଥିଲା।
Share