ଡେଲ୍ଟାଠୁ ୬ଗୁଣ ସଂକ୍ରାମକ ଓମିକ୍ରନ୍‌

ହାଇଦ୍ରାବାଦ, ୩୦ା୧୧: ସମଗ୍ର ବିଶ୍ୱକୁ ଡରାଇଥିବା କୋଭିଡ୍‌ ନୂଆ ଭାରିଆଣ୍ଟ ବି.୧.୧.୫୨୯ ବା ‘ଓମିକ୍ରନ’ ଦ୍ୱିତୀୟ ଲହରରେ ଆସିଥିବା ‘ଡେଲ୍ଟା’ ଭାରିଆଣ୍ଟଠାରୁ ୬ଗୁଣା ଅଧିକ ସଂକ୍ରାମକ। ମନୋକ୍ଲୋନାଲ ଆଣ୍ଟିବଡି ଥେରାପି କିମ୍ବା କକ୍‌ଟେଲ୍‌ ଚିକିତ୍ସା ଓମିକ୍ରନ ସଂକ୍ରମିତଙ୍କଠାରେ ପ୍ରଭାବୀ ହୋଇ ନ ପାରେ ବୋଲି ବିଶେଷଜ୍ଞମାନେ ଆଳକନ କରିଛନ୍ତି। ରୋଗ ପ୍ରତିରୋଧକ ଶକ୍ତିଠାରୁ ଏହା ଅଧିକ ପ୍ରଭବୀ। ଏହା ଭାକ୍ସିନ ବ୍ରେକଥ୍ରୁ ସଂକ୍ରମଣ ଘଟାଇପାରେ। ଡେଲ୍ଟା ପ୍ଲସ୍‌ ଉପରେ ଟିକାର ପ୍ରଭାବ ଅପେକ୍ଷାକୃତ କମ୍‌ ରହିଥିଲା। ଆଇଜିଆଇବିର ବିଶେଷଜ୍ଞ ମର୍ସି ରୋଫିନାଙ୍କ ଅନୁସାରେ, ଓମିକ୍ରନରେ ୩୨ ସ୍ପାଇକ୍‌ ସହ ମୋଟ ୫୩ ପ୍ରକାର ଭାରିଆଣ୍ଟ ରହିଛି। ସେଥିରୁ ଅଧିକାଂଶ ଭାରିଆଣ୍ଟ ରୋଗ ପ୍ରତିରୋଧକ ଶକ୍ତିକୁ ପ୍ରତିହତ କରିବାରେ ସକ୍ଷମ ବୋଲି ସେ ଟୁଇଟ୍‌ କରିଛନ୍ତି। ଅନ୍ୟପକ୍ଷରେ ଇସ୍ରାଏଲରେ ଚିହ୍ନଟ ଜଣେ ଓମିକ୍ରନ ସଂକ୍ରମିତ ପୂର୍ବରୁ ଟିକାର ସମସ୍ତ ଡୋଜ୍‌ ସମେତ ବୁଷ୍ଟର ଡୋଜ୍‌ ମଧ୍ୟ ନେଇଥିଲେ ବୋଲି ଜଣାପଡ଼ିଛି।

Share