ଓମିକ୍ରନ୍‌ର ବିଏ.୪-ବିଏ.୫ ଭାରିଆଣ୍ଟ୍‌ ଚିହ୍ନଟ…

ଜୋହାନ୍ସବର୍ଗ, ୧୨।୪ : କରୋନା ମହାମାରୀ ଭୂତାଣୁ ଓମିକ୍ରନ୍‌ ଭାରିଆଣ୍ଟ୍‌ର ଦୁଇ ଉପବଂଶ ଭାରିଆଣ୍ଟ୍‌ ଚିହ୍ନଟ ହୋଇଛି। ଦକ୍ଷିଣ ଆଫ୍ରିକାର ବୈଜ୍ଞାନିକମାନେ ଏହି ଦୁଇ ଭାରିଆଣ୍ଟ୍‌କୁ ବିଏ.୪ ଏବଂ ବିଏ.୫ ଭାରିଆଣ୍ଟ୍‌ ଚିହ୍ନଟ କରିଛନ୍ତି। ସେଣ୍ଟର ଫର୍‌ ଏପିଡେମିକ୍‌ ରେସପନ୍ସ୍‌ ଆଣ୍ଡ୍‌ ଇନୋଭେଶନ ପକ୍ଷରୁ କୁହାଯାଇଛି ଯେ, ଏହି ଉପବଂଶ ଭାରିଆଣ୍ଟ୍‌ ସମ୍ପର୍କରେ ଅଧିକ ଗବେଷଣା ଜାରି ରହିଛି। ଏହାର ପ୍ରଭାବ ଆକଳନ ପରେ ହିଁ ସତର୍କତା ମୂଳକ ସୂଚନା ଜାରି କରାଯାଇ ପାରିବ। ତେଣୁ ଏବେ ଭୟଭୀତ ହେବାର କୌଣସି କାରଣ ନାହିଁ।

ସେଣ୍ଟର ଫର୍‌ ଏପିଡେମିକ୍‌ ରେସପନ୍ସ୍‌ ଆଣ୍ଡ୍‌ ଇନୋଭେଶନର ନିର୍ଦ୍ଦେଶକ ଟ୍ୟୁଲିୟୋ ଡି ଆଲିଓ୍ବେରା କହିଛନ୍ତି ଯେ, କେତେକ ଦେଶରେ ଏହି ଉପବଂଶ ଭାରିଆଣ୍ଟ୍‌ର ନମୁନା ମିଳିଛି। ମାତ୍ର ଏନେଇ କୌଣସି ସତର୍କ ସୂଚନା ଜାରି କରାଯାଇ ନାହିଁ।

ଦକ୍ଷିଣ ଆଫ୍ରିକା ସହିତ ବୋଷ୍ଟଓ୍ବାନା, ବେଲଜିୟମ୍‌,ଜମାର୍ନୀ, ଡେନମାର୍କ ଏବଂ ବ୍ରିଟେନ୍‌ରେ ବିଏ.୪ ଏବଂ ବିଏ.୫ ଭାରିଆଣ୍ଟ୍‌ ମିଳିଥିବା ଟ୍ୟୁଲିୟୋ ଟୁଇଟ୍‌ କରି ସୂଚନା ପ୍ରଦାନ କରିଛନ୍ତି।

Share