ଟିକା ନେଇ ନ ଥିବା ଲୋକଙ୍କ ପାଇଁ ଘାତକ ହେବ ଓମିକ୍ରନ୍‌: ଡବ୍ଲୁଏଚଓ

ଜେନେଭା,୨୪ ।୧: କରୋନା ସଂକମ୍ରଣ ମାମଲା କିଛିଦିନ ହେବ ୩୩ ପ୍ରତିଶତ ବୃଦ୍ଧି ହୋଇଛି । ସେହିପରି ଏହାଯୋଗୁ ମୃତ୍ୟୁ ସଂଖ୍ୟାରେ ବି ୪୪ ପ୍ରତିଶତ ବୃଦ୍ଧି ହୋଇଛି । ତେବେ ସାରା ଦେଶରେ ସଂକ୍ରମଣ ୮ ପ୍ରତିଶତ ଓ ମୃତ୍ୟୁ ସଂଖ୍ୟାରେ ୭ ପ୍ରତିଶତ ବୃଦ୍ଧି ହୋଇଛି । ଇତିମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ)ର ଜଣେ ଶୀର୍ଷ ଅଧିକାରୀ କରୋନା ଟିକା ନ ନେଇଥିବା ଲୋକଙ୍କୁ ଚେତାବନୀ ଦେଇଛନ୍ତି । ଡବ୍ଲୁଏଚଓର ଟେକନିକାଲ ମୁଖ୍ୟ ମାରିୟା ବ୍ୟାନ କେରଖେୱ ଚେତାବନୀ ଦେଇ କହିଛନ୍ତି ଓମିକ୍ରନରେ ସଂକ୍ରମିତ ଲୋକଙ୍କ ରୋଗ ଯେ କୌଣସି ସ୍ତରକୁ ଯାଇପାରେ । ବିନା ଲକ୍ଷଣରେ ଏହା ଜଟିଲ ରୋଗ ସହ ମୃତ୍ୟୁ ମୁଖରେ ମଧ୍ୟ ପକାଇ ପାରେ । ସେ କହିଛନ୍ତି କମ୍ ରୋଗ ପ୍ରତିରୋଧକ ଶକ୍ତି ଥିବା ଲୋକେ, ବୟସ୍କ ଓ ଯେଉଁମାନେ ଟିକା ନେଇ ନାହାନ୍ତି, ସେମାନେ ଓମିକ୍ରନ୍ ସଂକ୍ରମଣ ପରେ କୋଭିଡ ୧୯ର ଗମ୍ଭିର ଚ୍ୟାଲେଞ୍ଜକୁ ସାମ୍ନା କରିପାରନ୍ତି । ଏହା ଡେଲ୍ଟାଠାରୁ କମ୍ ପ୍ରଭାବି ହେଲେ ଏହାର ଅର୍ଥ ନୁହେଁ ଯେ ଆମେ ଏହାକୁ ହାଲୁକା ଭାବେ ଗ୍ରହଣ କରିବା ।

Share