୧୬ ରାଜ୍ୟରେ ପହଞ୍ଚିଲା ଓମିକ୍ରନ୍‌: ୩୪୬ ସଂକ୍ରମିତ

ନୂଆଦିଲ୍ଲୀ,୨୪ ।୧୨: ଦେଶରେ ଏବେ ଦ୍ରୁତ ବେଗରେ କାୟା ବିସ୍ତାର କଲାଣି ଓମିକ୍ରନ୍ ଭାରିଏଣ୍ଟ । ଏବେ ଏହା ୧୬ ରାଜ୍ୟକୁ ବ୍ୟାପିଯାଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୩୪୬ରେ ପହଞ୍ଚିଥିବା କୁହାଯାଉଛି । ତେବେ ୫ ରାଜ୍ୟରେ ୮୭ ଜଣ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଚିନ୍ତା ବଢିଯାଇଛି । ଏବେ ତାମିଲନାଡୁରେ ୩୩, ମହାରାଷ୍ଟ୍ର ୨୩, ତେଲେଙ୍ଗାନା ୧୪, କର୍ନାଟକ ୧୨, ଗୁଜରାଟରେ ୭ ଓ କେରଳରେ ୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡିଛି । ଏବେ ଦେଶରେ ଏହି ନୂଆ ଭାରିଏଣ୍ଟ ଦ୍ୱାରା ୩୪୬ ଜଣ ସଂକ୍ରମିତ ହେଇଥିବା ଜଣାପଡିଛି । ଓମିକ୍ରନ୍ ସଂକ୍ରମଣକୁ ନେଇ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମିକ୍ଷା ବୈଠକର ଆୟୋଜନ କରିଥିବା ବେଳେ ଆଗକୁ ନିର୍ବାଚନ ଥିବା ରାଜ୍ୟ ଗୁଡିକରେ ଦ୍ରୁତ ବେଗରେ ଟିକାକରଣ କରିବାକୁ କୁହାଯାଇଛି । ଏହାସହ ଆଗକୁ ଆସୁଥିବା ଖ୍ରୀଷ୍ଟମାସ ଓ ନୂଆ ବର୍ଷରେ ଭିଡ ନ ଜମାଇବା ଉପରେ ଗୁରୁତ୍ୱ ଦିଆଯାଇଛି ।

Share