୧୨ରାଜ୍ୟରେ ୧୫୩ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ,୨୦ ।୧୨: ଦେଶରେ ବେଳକୁ ବେଳ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏବେ ଏହା ୧୨ ରାଜ୍ୟକୁ ବ୍ୟାପିଥିବା ବେଳେ ୧୫୩ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଗଲାଣି । ସେଥିମଧ୍ୟରୁ ସର୍ବାଧିକ ମହାରାଷ୍ଟ୍ରରେ ୫୪ ଜଣ ସଂକ୍ରମିତ ରହିଥିବା ବେଳେ ଦିଲ୍ଲୀରେ ୨୨, ତେଲେଙ୍ଗାନା ୨୦, ରାଜସ୍ଥାନ ୧୭, କର୍ନାଟକ ୧୪, ଗୁଜରାଟ ୯, କେରଳ ୧୧, ଉତ୍ତର ପ୍ରଦେଶ ୨, ଆନ୍ଧ୍ରପ୍ରଦେଶ, ଚଣ୍ଡିଗଡ଼, ତାମିଲନାଡୁ ଓ ପଶ୍ଚିମବଙ୍ଗରେ ଜଣେ ଲେଖାଏଁ ବ୍ୟକ୍ତି ଓମିକ୍ରନରେ ଆକ୍ରାନ୍ତ ଅଛନ୍ତି । ଏହାସହ ରବିବାର ରାଜଧାନୀ ଦିଲ୍ଲୀରେ କରୋନା ପୁଣିଥରେ ସେଞ୍ଚୁରି ମାରିଥିବାରୁ ଏହା ସମସ୍ତଙ୍କୁ ଅଡୁଆରେ ପକାଇ ଦେଇଛି । ମହାରାଷ୍ଟ୍ରରେ ବି କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ବିଶେଷଜ୍ଞମାନେ ଏବେଠାରୁ ଚେତାବନୀ ଦେଇ ସାରିଲେଣି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଆମକୁ ଆଉ ୨ ମାସ ସତର୍କ ରହିବା ଜରୁରୀ ।

Share