ଓମିକ୍ରନ ପାଇଁ ଆସିଲା ଔଷଧ!

ଲଣ୍ଡନ,୭।୧୨: ସାରା ବିଶ୍ୱରେ ଏବେ କରୋନାର ଭାରିଆଣ୍ଟ ଓମିକ୍ରନ ଆତଙ୍କ ସୃଷ୍ଟି କରିଛି। ଏବେ ଏହି ଭାରିଆଣ୍ଟ ପାଇଁ ବ୍ରିଟିଶ ବୈଜ୍ଞାନିକମାନେ ‘ସୋଟ୍ରୋଭିମାବ୍‌’ ନାମକ ଏକ ଔଷଧ ପ୍ରସ୍ତୁତ କରିଛନ୍ତି। ଏହି ଔଷଧ ଓମିକ୍ରନ ବିରୋଧରେ ସଫଳ ସାବ୍ୟସ୍ତ ହେବ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି। ସବୁଠୁ ଖୁସିର କଥା ହେଉଛି ‘ସୋଟ୍ରୋଭିମାବ୍‌’ ଓମିକ୍ରନ ଭାରିଆଣ୍ଟର ସବୁ ମ୍ୟୁଟେସନ୍‌ ପାଇଁ କାରିଗର ସାବ୍ୟସ୍ତ ହେବ। ଆମେରିକାର ପାର୍ଟନର ଭିର୍‌ (ଭିଆଇଆର୍‌) ବାୟୋଟେକ୍ନୋଲୋଜି ସହିତ ମିଳିତ ଭାବରେ ଗ୍ଲାକ୍ସୋ ସ୍ମିଥକାଇନ (ଜିଏସ୍‌କେ) ଦ୍ୱାରା ଏହି ଔଷଧ ବିକଶିତ କରାଯାଇଛି।
ଏକ ମନ୍ତବ୍ୟ ଜାରି କରି କମ୍ପାନୀ ପକ୍ଷରୁ କୁହାଯାଇଛି, ଓମିକ୍ରନର ୩୭ ମ୍ୟୁଟେସନ୍‌ ରହିଛି। ‘ସୋଟ୍ରୋଭିମାବ୍‌’ ସମସ୍ତ ମ୍ୟୁଟେସନ୍‌ ବିରୋଧରେ ପ୍ରଭାବୀ ରହିଛି। ଗତ ସପ୍ତାହରେ ପ୍ରି କ୍ଲିନିକାଲ୍‌ ଟେଷ୍ଟ ପରେ କମ୍ପାନୀ ଏହା ଦାବି କରିଛି।

Share