ଆମେରିକାରେ ଓମିକ୍ରନ୍ ସହ ବଢୁଛି ଡେଲ୍ଟା ସଂକ୍ରମିତଙ୍କ ସଂଖ୍ୟା

ୱାଶିଂଟନ,୬ ।୧୨: କରୋନା ମହାମାରୀ ପୁଣିଥରେ ଯେମିତି ତା’ର କଡ ଲେଉଟାଇଛି । ଆମେରିକା ଭଳି ବିକାଶଶୀଳ ଦେଶରେ ଏବେ ପୁଣିଥରେ ଡେଲ୍ଟା ଭାରିଏଣ୍ଟ ଦ୍ୱାରା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇାବରେ ଲାଗିଛି । ଏହାସହ ଓମିକ୍ରନ୍ ବି ପହଞ୍ଚିଯିବା ପରେ ଏହା ତା’ର କାୟା ବିସ୍ତାର କରିବା ଆରମ୍ଭ କରିଦେଇଛି । ନ୍ୟୁୟର୍କରେ ଶନିବାର ୩ ନୂଆ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୮ରେ ପହଞ୍ଚିଛି । ରାଜ୍ୟ ସ୍ୱାସ୍ଥ୍ୟ ସଚିବ ମ୍ୟାରୀ ବୈସେଟ କହିଛନ୍ତି ନ୍ୟୁୟର୍କରେ ଓମିକ୍ରନର ସାମୁହିକ ପ୍ରସାର ଆରମ୍ଭ ହୋଇ ସାରିଛି । ଅନ୍ୟପଟେ ହସ୍ପିଟାଲରେ ଡେଲ୍ଟା ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ୩୦ ଦିନ ମଧ୍ୟରେ ସଂକ୍ରମଣ ଦୁଇଗୁଣା ହୋଇଥିବା ସେ କହିଛନ୍ତି ।

Share