ଫେବୃୟାରୀରେ ଶୀର୍ଷ ଛୁଇଁବ ଓମିକ୍ରନ୍‌: ଦୈନିକ ସଂକ୍ରମଣ ୫ ଲକ୍ଷ ଅତିକ୍ରମ କରିବ

ନୂଆଦିଲ୍ଲୀ,୯ ।୧: ଦେଶରେ ଓମିକ୍ରନ୍ ସଂକ୍ରମଣ ଯୋଗୁ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଇଛି । ଗତ ୨୪ ଘଣ୍ଟାରେ ରାଜଧାନୀ ଦିଲ୍ଲୀରେ ୨୦ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ରରେ ୪୧ ହଜାରରୁ ଅଧିକ କରୋନା ସଂକ୍ରମିତ ଚିନ୍ତା ବଢାଇ ଦେଇଛନ୍ତି । ଏହାସହ ଓମିକ୍ରନ୍ ଏବେସୁଦ୍ଧା ୨୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପହଞ୍ଚିଥିବା ବେଳେ ଏଥିରେ ସଂକ୍ରମିତଙ୍କ ସଂଖ୍ୟା ୩,୦୭୧ରେ ପହଞ୍ଚିଛି । ଏହାକୁ ଦେଖି ଆମେରିକାର ବିଶେଷଜ୍ଞ ଅନୁମାନ କରିଛନ୍ତି କି ଦେଶରେ ଫେବୃୟାରୀ ସୁଦ୍ଧା ଓମିକ୍ରନ୍ ଶୀର୍ଷରେ ପହଞ୍ଚିବ । ଏହାସହ ଦୈନିକ କରୋନା ସଂକ୍ରମଣ ୫ ଲକ୍ଷ ବି ହୋଇପାରେ ବୋଲି ସେ ଚେତାବନୀ ଦେଇଛନ୍ତି । ତେବେ ଓମିକ୍ରନର ଜଟିଳତା ଡେଲ୍ଟା ଭାରିଏଣ୍ଟଠାରୁ କମ୍ ରହିବ ବୋଲି ବି ସେ କହିଛନ୍ତି । ଏହି ଅନୁମାନ ୟୁନିଭର୍ସିଟି ଅଫ୍ ୱାଶିଂଟନରେ ଇନଷ୍ଟିଚ୍ୟୁଟ ଫର୍ ହେଲ୍‌ଥ ମେଟ୍ରିକ୍ସ ଆଣ୍ଡ ଇଭାଲ୍ୟୁଶନର ନିର୍ଦ୍ଦେଶକ ଡା. କ୍ରିଷ୍ଟୋଫର ମୁର୍ରେ ଲଗାଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଡେଲ୍ଟା ଭଳି ଓମିକ୍ରନ୍ ଘାତକ ହୋଇ ନ ଥିଲେ ବି ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ରେକର୍ଡ ଛୁଇଁପାରେ ।

Share