ଓମିକ୍ରନ୍‌ ଗ୍ରାଫ୍‌ ଉପରମୁହାଁ, ଆକ୍ରାନ୍ତଙ୍କ ସଂଖ୍ୟା ୧,୭୦୦ ଛୁଇଁଲା…

ନୂଆଦିଲ୍ଲୀ, ୩।୧: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଓମିକ୍ରନ୍‌ ସଂକ୍ରମଣ ଗ୍ରାଫ୍‌ ଉପର ମୁହାଁ ହେବାରେ ଲାଗିଛି। ଇତିମଧ୍ୟରେ ଦେଶର ୨୩ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧,୭୦୦ ଛୁଇଁଛି। ଦେଶରେ ଓମିକ୍ରନ୍‌ ଅଣାୟତ୍ତ ହେବା ସ୍ଥିତି ସୃଷ୍ଟି ହୋଇଛି। ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରହିଛି।

ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୧୦ ରହିଛି। ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୩୫୧ରେ ପହଞ୍ଚିଛି। ସେହିପରି କେରଳରେ ୧୫୬, ଗୁଜୁରାଟରେ ୧୩୬, ରାଜସ୍ଥାନରେ ୧୨୦, ତେଲେଙ୍ଗାନାରେ ୬୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ତାମିଲନାଡୁରେ ୧୨୧, କର୍ନାଟକରେ ୬୪, ମଧ୍ୟପ୍ରଦେଶରେ ୯, ଓଡ଼ିଶାରେ ୩୭, ଆନ୍ଧ୍ରପ୍ରଦେଶରେ ୧୭, ପଶ୍ଚିମବଙ୍ଗରେ ୨୦ , ହରିୟାଣାରେ ୬୩, ଜମ୍ମୁ-କଶ୍ମୀରରେ ୩, ଉତ୍ତରପ୍ରଦେଶରେ ୮, ଚଣ୍ଡିଗଡ଼ରେ ୩, ଆଣ୍ଡାମାନ୍‌ ନିକୋବରରେ ୨, ହିମାଚଳପ୍ରଦେଶରେ ୧, ଲଦାଖରେ ୧, ଗୋଆରେ ୧, ମଣିପୁରରେ ୧ ,ପଞ୍ଜାବରେ ୧ ଏବଂ ଉତ୍ତରାଖଣ୍ଡରେ ୮ ଜଣଙ୍କୁ ଚିହ୍ନଟ କରାଯାଇଛି।

ଇତିମଧ୍ୟରେ ୬୩୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Share